ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରବିବାରକୁ ଭଗବାନ ସୂର୍ଯ୍ୟଙ୍କ ବାର ବୋଲି କୁହାଯାଏ । କୁହାଯାଏ କି ଯଦି ଆପଣ ଅନ୍ୟ ଦିନ ମାନଙ୍କରେ ସୂର୍ଯ୍ୟ ଦେବଙ୍କର ପୂଜା କରିପାରୁ ନାହାଁନ୍ତି, କିନ୍ତୁ କେବଳ ରବିବାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି । ତେବେ ଏହାଦ୍ୱାରା ଅନ୍ୟଦିନ ମାନଙ୍କର ପୂଣ୍ୟ ପ୍ରାପ୍ତ ହୋଇଥାଏ ।
କେବଳ ଏତିକି ନୁହେଁ ରବିବାର ଦିନ ଉପାସନା କରିବା ଦ୍ୱାରା ବୁଦ୍ଧି, ବଳ, ବିଦ୍ୟା, ବୈଭବ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଆତ୍ମା, ମାନ-ପ୍ରତିଷ୍ଠା, ଅଧିକାରୀ ଏବଂ ସରାକରୀ କ୍ଷେତ୍ରରେ ସଫଳତାର କାରକ ବୋଲି କୁହାଯାଇଥାଏ । ସୂର୍ଯ୍ୟଦେବ ପ୍ରସନ୍ନ ହେବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ ।
ଯଦି ଆପଣ ରବିବାର ଦିନ କୌଣସି ଅସହାୟ, ରୋଗୀ ଏବଂ କିନ୍ନରଙ୍କୁ ସାହାଯ୍ୟ କରିବେ ତେବେ ଜୀବନରେ ଖୁସୀ ବଳବତ୍ତର ରହିବ । ସେହିପରି ଜଳରେ ସିନ୍ଦୁର ମିଶାଇ ଭଗବାନଙ୍କଚ ଅର୍ପଣ କରିବା, ଗାଇକୁ ରୁଟି ଖାଇବାକୁ ଦେବା, ମାଛକୁ ଅଟା ଗୁଳା ଦେବା ସହିତ ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇପାରିବ ।
ସେହିପରି ଆସନ୍ତୁ ଜାଣିବା ରବିବାର ଦିନ କେଉଁ ଉପାୟ କରିବା ଉଚିତ୍:
– ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ
– ଲାଲ ବା ଗୋଲାପି ରଙ୍ଗର ଫୁଲ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ
– ଲାଲ୍ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ
– ପିମ୍ପୁଡିଙ୍କ ପାଇଁ ଚିନି ପକାନ୍ତୁ
– ସୂର୍ଯ୍ୟଦେବଙ୍କ ସରଳ ଉପାୟ ‘ଓଁ ଘୃଣିଂ ସୂର୍ଯ୍ୟାୟଃ ଆଦିତ୍ୟଃ କୁ ୧୦୮ ଥର ଜପନ୍ତୁ’
– ଅନ୍ୟ ଏକ ମନ୍ତ୍ର ଓଁ ହ୍ରାଂ ହ୍ରିଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ ଜପନ୍ତୁ
– ଗୁଡ ସେବନ କରନ୍ତୁ