ଗଞ୍ଜାମ (ଏଟିଆର ବ୍ୟୁରୋ): ଆଜି ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳବାର । ଏହି ଅବସରରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଚୈତ୍ର ଯାତ୍ରା । ଏନେଇ ଚଳଚଞ୍ଚଳ ରତ୍ନଗିରି ପାହାଡ । ମାଙ୍କ ଦର୍ଶନ କରିବା ଲାଗି ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଭିଡ । ବିଶ୍ୱାସ ରହିଛି କି ଚୈତ୍ର ଯାତ୍ରା ସମୟରେ ମା ତାରାତାରିଣୀଙ୍କ ଦର୍ଶନ କଲେ ଭକ୍ତଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଚୈତ୍ର ଯାତ୍ରାର ମୋଟ ୪ ଟି ମଙ୍ଗଳବାରରେ ମା ତାରାତାରିଣୀଙ୍କ ର ସ୍ୱତନ୍ତ୍ର ପୂଜା କରାଯିବ । ଚଳିତବର୍ଷ ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।