ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଘରେ ଗୋଟେ ମନ୍ଦିର ବା ପୂଜା ଘର ରହିଥାଏ । ଘରେ ମନ୍ଦିର ରହିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । କୁହାଯାଏ କି ଯେଉଁ ଘରେ ମନ୍ଦିର ଥିବ ସେହି ଘରର ପୂରା ପରିବାର ଶୁଖରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣଙ୍କ ଘରେ ମନ୍ଦିର ନିର୍ମାଣ କଲାବେଳେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ୍ ।
ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି କଥା ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ନଚେତ୍ ଏହା ଖରାପ ପ୍ରଭାବ ପକାଇ ପାରେ । ବାସ୍ତୁଅନୁଯାୟୀ ଦକ୍ଷିଣକୋଣ ଆଡକୁ ପୂଜା ଘର ହେବା ଅନୁଚିତ୍ । ଏହାଦ୍ୱାରା ନାକରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ଏହାବ୍ୟତୀତ ପୂଜା ଘର ବିଲକୁଲ ସିଡି ତଳେ କିମ୍ବା ରୋଷେଇ ଘର ଉପରେ ତିଆରି କରନ୍ତୁ ନାହିଁ ।
ପୂଜା ଘରେ କେବଳ ଭଗବାନଙ୍କ ଗୋଟେ ଫଟୋ ରହିବା ଉଚିତ୍ । ଗୋଟିଏ ଭଗବାନଙ୍କ ଦୁଇଟି ଫଟୋ ରଖିବା ବାସ୍ତୁ ମୁତାବକ ଭୁଲ୍ ଅଟେ ।
ଶୋଇବା ଘରେ ବିଲକୁଲ୍ ଭଗବାନଙ୍କୁ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । କେବଳ ଏତିକି ନୁହେଁ ଏହାଦ୍ୱାରା ପରିବାରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।
ପୂଜା ଘରର କାନ୍ଥ କଦାପି ଅନ୍ୟ କାନ୍ଥ ସହ ସଂଯୋଗ ହେବା ଉଚିତ୍ ନୁହେଁ । ଏହାସହିତ ଘରର ମନ୍ଦରି ଏଭଳି ସ୍ଥାନରେ ବନାନ୍ତୁ ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡିପାରୁଥିବ ଏବଂ ସମସ୍ତ ନକରାତ୍ମକ ପ୍ରଭାବ ଦୂର ହେବ ।