ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ଭଗବାନ ଶିବଙ୍କର ଅନେକ ମନ୍ଦିର ଅଛି । ଯାହାର ବିଶେଷ ମହତ୍ୱ ରହିଛି । ଯେକୌଣସି ମନ୍ଦିରରେ ପୂଜାରୀମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଏଭଳି ଏକ ମନ୍ଦିର ରହିଛି ଯେଉଁଠି ଭଗବାନଙ୍କୁ ପୂଜାରୀ ନୁହେଁ ବରଂ ନାଗଦେବ ହିଁ ପୂଜା କରିଥାନ୍ତି । ଅଜ୍ଞା ହଁ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ..
ପ୍ରକୃତରେ ଆଗ୍ରା ସଲେମାବାଦ ଗାଁରେ ଥିବା ଏକ ଶିବ ମନ୍ଦିରରେ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ନାଗଦେବ ଆସିଥାନ୍ତି । ଗତ ପନ୍ଦର ବର୍ଷ ହେବ ଏହି ନାଗଦେବତା ମନ୍ଦିରଙ୍କୁ ଆସୁଛନ୍ତି ଏବଂ ପାଖାପାଖି ପାଞ୍ଚ ଘଣ୍ଟା ରହିବା ପରେ ପୁଣି ଚାଲି ଯାଇଥାନ୍ତି । ପତ୍ୟେକ ଦିନ ସକାଳ ୧୦ଟା ବେଳେ ନାଗଦେବତା ଆସନ୍ତି ଏବଂ ୩ ଟା ବେଳକୁ ମନ୍ଦିରରୁ ବାହାରି ପଳାଇଥାନ୍ତି ।
ଯେତେବେଳେ ନାଗଦେବତା ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି, ସେତେବେଳେ
ମନ୍ଦିର ଦ୍ୱାର ବନ୍ଦ କରି ଦିଆଯାଇଥାଏ । ସେହି ସମୟରେ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ନିଷେଧ ଥାଏ । ପୁଣି ନାଗଦେବତା ମନ୍ଦିରରୁ ବାହାରକୁ ଗଲାପରେ ଦ୍ୱାର ଖୋଲାଯାଇଥାଏ । ଏଭଳି ନିୟମ ଦୀର୍ଘ ପନ୍ଦର ବର୍ଷ ହେବ ଚାଲି ଆସିଛି । ମନ୍ଦିରରେ ଏହି ନାଗଦେବତା କୌଣସି ଭକ୍ତଙ୍କୁ ଆଘାତ କରିନାହାନ୍ତି । ଏଠାକାର ଲୋକଙ୍କର ବିଶ୍ୱାସ ରହିଛି କି ଏହି ମନ୍ଦିରକୁ ଆସିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ବର୍ଷକ ବାର ମାସ ଏହି ମନ୍ଦିରରେ ଲୋକଙ୍କ ଭିଡ ଲାଗି ରହିଥାଏ ।