ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ଭଗବାନଙ୍କ ଯେକୌଣସି ମୂର୍ତ୍ତି ରଖିପାରିବେ, କିନ୍ତୁ କିଛି ଏଭଳି ମୂର୍ତ୍ତି ରହିଛି ଯାହାକୁ ଘରେ ବିଲକୁଲ୍ ରଖିବା ଉଚିତ୍ ନୁହେଁ । କୁହାଯାଏ ଏହି ଭଗବାନଙ୍କ ମୂର୍ତ୍ତି ରଖିବା ଦ୍ୱାରା ଘରେ ନକରାତ୍ମ ଶକ୍ତି ଉତ୍ପନ୍ନ ହୁଏ ଏବଂ ଏହାସହିତ ଘରର ସଦସ୍ୟଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡେ । ଏହାସହିତ ଘରେ ଧନ ଆଗମନରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ମୂର୍ତ୍ତି ବିଷୟରେ..
ଭଗବାନ ଶିବଙ୍କର ସମସ୍ତ ପ୍ରକାରର ମୂର୍ତ୍ତି ଘରେ ରଖି ପାରିବେ କିନ୍ତୁ ତାଙ୍କର ନଟରାଜ୍ ସ୍ୱରୂପ୍ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ଏହା ଭଗବାନ ଶିବଙ୍କ ରୂଦ୍ର ରୂପର ପ୍ରତିକ । ଯଦି ଏହି ମୂର୍ତ୍ତି ଆପଣ ଘରେ ରଖୁଛନ୍ତି ତେବେ ଘରେ ନିୟମିତ ଝଗଡା ଲାଗି ରହିଥାଏ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ମା’ କାଳୀଙ୍କ ପ୍ରତିମାକୁ ଘରକୁ ଆଣିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସେଥିପାଇଁ ଏହି ମୂର୍ତ୍ତିକୁ ଘରେ ରଖିବା ଉଚିତ୍ ନୁହେଁ ।
ଏହାବ୍ୟତୀତ ଘରେ ଯେକୌଣସି ଦେବା-ଦେବୀଙ୍କ ଭଙ୍ଗା ମୂର୍ତ୍ତି ଏବଂ ପୁରୁଣା ଫଟୋ ରଖିବା କଥା ନୁହେଁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଆୟ କମିଯାଏ । ଯାହାଦ୍ୱାରା ବ୍ୟକ୍ତିଙ୍କୁ ଅର୍ଥିକ ଅନଟନର ସାମ୍ନା କରିବାକୁ ପଡେ ।