ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧାର୍ମିକ ମାନ୍ୟତା ଅନୁଯାୟୀ କିଛି ଏଭଳି ଜିନିଷ ରହିଛି ଯାହାକୁ ଘରେ ରଖିବା ନିହାତି ଜରୁରୀ । କାରଣ ବିଶ୍ୱାସ ରହିଛି କି ଏହି ଜିନିଷକୁ ଘରେ ରଖିବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଧନ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ…
କଳଶ: ଧାର୍ମିକ ମାନ୍ୟତା ଅନୁସାରେ ସୁଖ ଏବଂ ସମୃଦ୍ଧିର ପ୍ରତିକ ହେଉଛି କଳଶ । ଏହାକୁ ଘରେ ରଖିବା ଦ୍ୱାରା ଘରେ ସୁଖ –ସମୃଦ୍ଧି ପ୍ରବେଶ କରିଥାଏ ।
ସ୍ୱସ୍ତିକ: ଶକ୍ତି, ସୌଭାଗ୍ୟ, ସମୃଦ୍ଧି ଏବଂ ମଙ୍ଗଳର ପ୍ରତିକ ହେଉଛି ସ୍ୱସ୍ତିକ । ଯେକୌଣସି ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ସ୍ୱସ୍ତିକ ତିଆରି କରିବାର ବିଧି ରହିଛି । ସେହିପରି ପୂଜାଘରେ ଧାତୁରେ ନିର୍ମିତ ସ୍ୱସ୍ତିକ ରଖିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବଳବତ୍ତର ହୋଇ ରହିଥାଏ ।
ଶଙ୍ଖ: ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ସବୁ ରତ୍ନ ପ୍ରାପ୍ତ ହୋଇଥିଲା, ସେଥିମଧ୍ୟରୁ ଶଙ୍ଖ ଅନ୍ୟତମ । ଏହାକୁ ଘରର ପୂଜା ସ୍ଥାନରେ ୂରଖିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶଙ୍ଖର ଧ୍ୱନିରେ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ଦୀପ: ଯେଉଁ ଘରେ ନିୟମିତ ଦୀପ ଜଳା ଯାଇଥାଏ, ସେହି ଘର ମାନଙ୍କରୁ ନକରାତ୍ମକ ଶକ୍ତି ଦୂରେଇ ଥାନ୍ତି ।
ଘଣ୍ଟି; ଘଣ୍ଟିର ଶବ୍ଧରେ ବାତାବରଣ ଶୁଦ୍ଧ ବା ପବିତ୍ର ହୋଇଯାଇଥାଏ । ଏହାସହିତ ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ ।