ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ଥାଏ ସେମାନଙ୍କ ଘରେ ସର୍ବଦା ମା’ ଲକ୍ଷ୍ମୀ ବାସ କରନ୍ତୁ । ସେଥିପାଇଁ ବିଭିନ୍ନ ପ୍ରକାରର ଉପାୟ ଏବଂ ପୂଜା ପାଠ ମଧ୍ୟ କରିଥାନ୍ତି । ମାତ୍ର ଅନେକ ପୂଜା ପାଠ କରିବା ପରେ ମଧ୍ୟ କିଛି ବ୍ୟକ୍ତିଙ୍କ ଘରେ ମା’ ଲକ୍ଷ୍ମୀୁ ବାସ କରି ପାରନ୍ତି ନାହିଁ । ଅନ୍ୟପଟେ ମହିଳା ମାନଙ୍କୁ ମଧ୍ୟ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଯଦି ଆପଣ ସେହି ମହିଳା ମାନଙ୍କୁ ମାନ ସମ୍ମାନ ନଦେବେ ତେବେ ଲକ୍ଷ୍ମୀ ରାଗି ଯାଇଥାନ୍ତି । ସେଥିପାଇଁ ଯଦି ଆପଣ ଧନ ଦାତ୍ରୀଙ୍କ କୃପା ଲାଭ କରିବାକୁ ଯାଉଛନ୍ତି ତେବେ ପତ୍ନୀଙ୍କୁ ଉପହାରରେ ଦିଅନ୍ତୁ ଏହି ସବୁ ଜିନିଷ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଘର ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ସେହି ଘରମାନଙ୍କରେ ସର୍ବଦା ଧନ ଧାନ୍ୟ ପରିପୂର୍ଣ୍ଣ ହୋଇ ରହିଥାଏ । ଏହାବ୍ୟତିତ ଯେଉଁ ଘର ଉପରେ ଲକ୍ଷ୍ମୀ ଅସନ୍ତୋଷ ରହିଥାନ୍ତି, ସେହି ଘରେ ସର୍ବଦା ଧନର ସମସ୍ୟା ରହିଥାଏ ।
ସେଥିପାଇଁ ବୁଧବାର ଦିନ ଗୃହଲକ୍ଷ୍ମୀଙ୍କୁ ଉପହାରରେ ବସ୍ତ୍ର ଦିଅନ୍ତୁ । ଗୃହଲକ୍ଷ୍ମୀଙ୍କ ବ୍ୟତିତ ଆପଣ ଆପଣଙ୍କ ମା, ଭଉଣୀ ଏବଂ ଅନ୍ୟ ବିବାହିତା ନାରୀକୁ ବସ୍ତ୍ର ଉପହାର ଦେବା ଶୁଭଫଳ ହୋଇଥାଏ ।
ବିନା ଆଭୂଷଣରେ ଦେବୀଙ୍କ ପୂଜା ସମ୍ପର୍ଣ୍ଣ ହୋଇନଥାଏ । ଦେବୀ ପୂଜାରେ ଆଭୂଷଣର ଆବଶ୍ୟକତା ପଡିଥାଏ । ସେଥିପାଇଁ ଗୃହଲକ୍ଷ୍ମୀ ଛୋଟ ମୋଟ ଆଭୂଷଣ ପ୍ରଦାନ କରନ୍ତୁ । ଏହାବ୍ୟତିତ ଆପଣ ସୁହାଗ ସାମଗ୍ରୀ ଯେପରିକି ସିନ୍ଦୁର, ବିନ୍ଦି ଏବଂ ଚୂଡି ଦାନ କରିପାରିବେ । ଏହାଦ୍ୱାରା ମା’ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।