ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ରାତିରେ ଶୋଇବା ପରେ ମନୁଷ୍ୟ ଅନେକ ସ୍ୱପ୍ନ ଦେଖିଥାଏ । କୁହାଯାଏ ଏହି ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଘଟଣାର ସଂକେତ ଦେଇଥାଏ । ରାମାୟଣ ଏବଂ ମହାଭାରତରେ ବି ସ୍ୱପ୍ନରେ ପ୍ରାପ୍ତ ହୋଇଥିବା ସଂକେତ ବିଷୟରେ କୁହାଯାଇଛି । ଦଶରଥଙ୍କ ମୃତ୍ୟୁ ସମୟରେ ଭଗବାନ ରାମ ଏକ ଅଶୁଭ ସ୍ୱପ୍ନ ଦେଖି ରାଜଭବନରେ କିଛି ଅଶୁଭ ହେବାର ଅଛି ବୋଲି ଅନୁମାନ ଲଗାଇ ଥିଲେ । ସେହିପରି ରାବଣଙ୍କୁ ବି ସ୍ୱପ୍ନରେ ଅଶୁଭ ସଂକେତ ମିଳିଥିଲା । ତେବେ ଆସନ୍ତୁ ଜାଣିବା ସେହି ସ୍ୱପ୍ନ ବିଷୟରେ ଯାହାର ସମ୍ବନ୍ଧ ଖରାପ ଭାଗ୍ୟ ସହ ହୋଇଥାଏ ।
କାଉ: ଯଦି କୌଣସି ବ୍ୟକ୍ତି ତାଙ୍କ ସ୍ୱପ୍ନରେ କାଉକୁ ଦେଖୁଛନ୍ତି ତେବେ ତାହା ଅଶୁଭ ସଂକେତ । ଏହାର ଅର୍ଥ ଖୁବ୍ ଶୀଘ୍ର ଖରାପ ସମୟ ଆସିବାର ସଂକେତ ।
ଭ୍ରମଣ କରିବା: ଯଦି ଆପଣ ସ୍ୱପ୍ନରେ ନିଜକୁ ଭ୍ରମଣ କରୁଥିବାର ଦେଖୁଥିବେ ତେବେ ଏହା ଅଶୁଭ ସଂକେତ । ସେଥିପାଇଁ ସ୍ୱପ୍ନ ଦେଖିବାର ପରବର୍ତ୍ତି ଦିନ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।
ଲଣ୍ଡା କରୁଥିବାର ଦେଖିବା: ଯଦି ସ୍ୱପ୍ନରେ ଆପଣ ନିଜକୁ ଲଣ୍ଡା ହେଉଥିବାର ଦେଖୁଛନ୍ତି ତେବେ ଏହା ପରିବାରରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବାର ସଂକେତ ।
ଶୁଖିଲା ଫୁଲ ମାଳ: ସ୍ୱପ୍ନରେ ଶୁଖିଲା ଫୁଲ ମାଳ ଦେଖିବା ବହୁତ ଅଶୁଭ ସଂକେତ ।
ଗଧ ସବାରୀ: ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତି ଗଧ ସବାରୀ କରୁଥିବାର ଦେଖୁଛନ୍ତି ତେବେ ଏହା ମୃତ୍ୟୁର ସଂକେତ । ଏହି ସ୍ୱପ୍ନର ଅର୍ଥ ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇ ସାରିଛି । ସେଥିପାଇଁ ଆପଣଙ୍କ ସମ୍ଭାଳିକି ଚାଲିବାର ଅଛି ।
ଧଳା ବସ୍ତ୍ର: ଯଦି କୌଣସି ମହିଳା ସ୍ୱପ୍ନରେ ନିଜକୁ ଧଳା ବସ୍ତ୍ର ପିନ୍ଧି କେଶ ଛାଡି ଥିବାର ଦେଖୁଛନ୍ତି ତେବେ ଏହାର ବିୟୋଗର ସଂକେତ । ଏହି ସ୍ୱପ୍ନ ଦେଖିବା ପରେ ଜୀବନରେ ସଚେତନ ହୋଇ ଚାଲିବା ଉଚିତ୍ ।
ଭଙ୍ଗା ମୂର୍ତ୍ତି: ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଭଗବାନଙ୍କ ଭଙ୍ଗା ମୂର୍ତ୍ତି ଦେଖୁଛନ୍ତି ତେବେ ଏହା ଅଶୁଭ ସଂକେତ ।