ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ବିଜୟା ଦଶମୀ ବା ଦଶହରା ପର୍ବ ପାଳନ କରାଯାଏ । ସେହିପରି ଆଜି ହେଉଛି ଦଶହରା ବା ବିଜୟା ଦଶମୀ । କୁହାଯାଏ କି ଏତି ତିଥିରେ ଲଙ୍କପତି ରାବଣଙ୍କୁ ପରାଜିତ କରିଥିଲେ ପ୍ରଭୁ ଶ୍ରିରାମ । ଏହିଦିନ ନବରାତ୍ରିରେ ସ୍ଥାପିତ ହୋଇଥିବା ମା ଦୁର୍ଗାଙ୍କ ପ୍ରତିମାକୁ ବିସର୍ଜନ କରିବାର ପରମ୍ପରା ରହିଛି । ବିଜୟା ଦଶମୀ ଦିନ ଅସ୍ତ୍ର ଶସ୍ତ୍ର ପୂଜା କରିବାର ବିଧି ମଧ୍ୟ ରହିଛି । ଏହାଦ୍ୱାରା ଶତୃ ଉପରେ ବିଜୟ ପ୍ରାପ୍ତି ହୋଇଥାଏ ।
ଏଥରକ ଦଶମି ତିଥିରେ ଶ୍ରବଣା ନକ୍ଷତ୍ରରେ ସର୍ବାର୍ଥସିଦ୍ଧିଯୋଗ, ଅଭିଭିଜ ମୁହୂର୍ତ୍ତ ଏବଂ ବିଜୟୀ ମୁହୂର୍ତ୍ତର ସଂଯୋଗ ହେଉଛି । ଏହି ମୁହୂର୍ତ୍ତରେ ଦଶହରା ପୂଜା କରିବା ଖୁବ୍ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଧାର୍ମିକ ମାନ୍ୟତାନୁସାରେ ଏହି ମୁହୂର୍ତ୍ତରେ ପୂଜା କରିବା ଦ୍ୱାରା ମା ଆଦିଶକ୍ତିଙ୍କ କୃପା ଲାଭ ହୋଇଥାଏ । ଏହାଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ । ଦୁଃଖ, ଦରିଦ୍ର ଆଦି ନାଶ ହୋଇଥାଏ । ଧର୍ମ ମାର୍ଗରେ ଚାଲୁଥିବା ବ୍ୟକ୍ତି ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ କରିଥାନ୍ତି ।