ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ଭଗବାନ ବିଷ୍ଣୁଙ୍କୁ ପାଳନକର୍ତ୍ତା ବା ବ୍ରହ୍ମାଣ୍ଡର ରକ୍ଷକ ରୁପେ ଜଣାଯାଏ । ଯେଉଁ ବ୍ୟକ୍ତି ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତି ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ମାନ୍ୟତା ରହିଛି କି,ଗୁରୁବାର ଦିନ କଦଳୀ ଗଛ ମୂଳେ ବସି ପୂଜା କରାଯାଏ । ଭଗବାନ ବିଷ୍ଣୁଙ୍କ ଚଣା , ଗୁଡ ଓ ହଳଦୀ ଭୋଗ ଲଗାଯାଏ । ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ କରିବା ଅତ୍ୟନ୍ତ ଆବଶ୍ୟକ ।
ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଉଚ୍ଚାରଣ କରିବା ଉଚିତ୍ ।