ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ଦମ୍ପତି ମଲାଇକା ଅରୋରା ଏବଂ ଅର୍ବାଜ ଖାଁ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇଯାଇଛନ୍ତି ସତ କିନ୍ତୁ ଦୁହେଁ ଦୁହିଁଙ୍କ ଖୁସୀରେ ଅଭିନନ୍ଦନ ଜଣାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ନିକଟରେ ଅର୍ବାଜ ଖାଁ ଇଂଷ୍ଟାଗ୍ରାମରେ ତାଙ୍କ ଅପକମିଂ ଫିଲ୍ମର ଘୋଷଣା କରିଥିଲେ । ସେ ‘ପାଟନା ଶୁକ୍ଳା’ ନାମରେ ଏକ ନୂତନ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଯାହା ତାଙ୍କ ପ୍ରଡକ୍ସନ ହାଉସ ବ୍ୟାନରରେ ପ୍ରସ୍ତୁତ ହେଉଛି ।
ଫିଲ୍ମ ଘୋଷଣା ପରେ ଅର୍ବାଜଙ୍କ ଫ୍ୟାନ୍ସ ସମେତ ତାଙ୍କ ପୂର୍ବତନ ପତ୍ନୀ ମଲାଇକା ଅରୋରା ମଧ୍ୟ ରିଆକ୍ସନ ଦେଇଛନ୍ତି । ସେ ତାଙ୍କୁ ଅଲ୍ ଦି ବେଷ୍ଟ ଜଣାଇଛନ୍ତି ।