ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୀବନରେ ଧନ ଉପାର୍ଜନ କରିବା ପାଇଁ ଅନେକ ଉପାୟ ରହିଛି । ମାତ୍ର ସମସ୍ତଙ୍କର ଗୋଟେ ଇଛା ଥାଏ କି ଏଭଳି କିଛି ସଠିକ୍ ଉପାୟ ହେଉ, ଯାହାଦ୍ୱାରା ସହଜରେ ଧନ ଉପାର୍ଜନ ହୋଇପାରିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବ୍ୟକ୍ତିଙ୍କର କଦାପି ଧନ-ସମ୍ପତ୍ତିର ଅଭାବ ରହିବ ନାହିଁ । ଆଜ୍ଞା ହଁ କିଛି ଏଭଳି ଜିନିଷ ରହିଛି, ଯାହାକୁ ଘରେ ରଖିବା ଦ୍ୱାରା ଆର୍ଥିକ ଅଭାବ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚୋଟି ଜିନିଷ ବିଷୟରେ, ଯାହାକୁ ସର୍ବଦା ଘରେ ରଖିବା ନିହାତି ଆବଶ୍ୟକ ।
ଯଦି ଘରର ଦକ୍ଷୀଣ ପଶ୍ଚିମ କୋଣରେ ଆପଣ ଭଗବାନ ହନୁମାନଙ୍କ ପଞ୍ଚମୁଖୀ ଫଟୋ ଲଗାଇବେ ତେବେ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ବିରାଜମାନ କରିବେ । ଏହାସହିତ ବିଭିନ୍ନ ପ୍ରକାରର ସମସ୍ୟା ଗୁଡିକର ମଧ୍ୟ ନିବାରଣ ହେବ । ଆର୍ଥିକ ଲାଭ ପାଇଁ ଯଦି ଆପଣ ନିୟମିତ ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରିବେ ତେବେ ଆହୁରୀ ଲାଭକାରୀ ହେବ ।
ଯଦି ଆପଣ ଘରେ ବାସ୍ତୁ ଭଗବାନଙ୍କ ଫଟୋ ରଖିଛନ୍ତି ତେବେ ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବ ଏବଂ ଧନର ଆଗମନ ହେବ ।
ସେହିପରି ଯଦି ଆପଣ ଘରର ଉତ୍ତର କୋଣରେ ପାଣି ଭରା ସୁରେଇ ରଖିବେ ତେବେ ଏହାଦ୍ୱାରା ବି ଆପଣ ଉପକାରୀ ହେବେ । ଘରେ ବିଲକୁଲ୍ ଧନର ଅଭାବ ଦେଖା ଦେବ ନାହିଁ । ମାତ୍ର ପାଣି ସୁରେଇ ରଖିବା ବେଳେ ଧ୍ୟାନ ରଖିବା ଉଚିତ୍ କି ଯେପରି ସୁରେଇ କେବେ ଖାଲି ନହୁଏ । ଆଜ୍ଞା ହଁ ଯଦି ସୁରେଇ ଖାଲି ପଡିବ ତେବେ ଆର୍ଥିକ ହାନି ହେବ । ସେଥିପାଇଁ ସର୍ବଦା ପାଣି ପୂର୍ଣ୍ଣ ହୋଇଥିବା ସୁରେଇ ରଖିବା ଉଚିତ୍ ।
ଅନ୍ୟପଟେ ଘରେ ମୟୂର, ଗାଇ, ହଂସ, ବତକ, ହରିଣ ଭଳି ପଶୁ ପକ୍ଷୀଙ୍କ ଫଟୋ ରଖିବା ଦ୍ୱାରା ଚକକ୍ରାରିକ ଲାଭ ହୋଇଥାଏ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।
ଅଣ୍ଡାକୃତି ଧଳା ପଥର ଘରେ ରଖିବା ଉଚିତ୍ । ଏହାଦ୍ୱାରା ଘରେ ଧନର ଆଗମନ ହୋଇଥାଏ । ଏହାସହିତ ସୁଖ ଓ ସମୃଦ୍ଧି ବଳବତ୍ତର ହୋଇ ରହିଥାଏ ।