ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହୁଏତ ଆପଣ ଭୂତ ପ୍ରେତକୁ ବିଶ୍ୱାସ କରୁନଥିବେ । କିନ୍ତୁ ବେଳେ ବେଳେ ନିଜକୁ ଏଭଳି ଅନୁଭବ ହୋଇଥାଏ କି ଯେପରି କିଏ ପାଖରେ ଠିଆ ହୋଇଛି । ଏଭଳି ଭାବନା ନିଜକୁ ଡରେଇ ଦେଇଥାଏ । ପ୍ରକୃତରେ ଏହା ନକରାତ୍ମକ ଶକ୍ତିର ସଂକେତ ହୋଇଥାଏ । ଏଥିରେ ଡରିବାର କୌଣସି ଜିନିଷ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଉପାୟ କହିବାକୁ ଯାଉଛୁ । ଯାହାକୁ ପ୍ରୟୋଗ କରି ଆପଣ ନକରାତ୍ମକ ଶକ୍ତିକୁ ଘରୁ ଦୂରେଇ ପାରିବେ ।
ନକରାତ୍ମକ ଶକ୍ତିକୁ ଘରୁ ଦୂରେଇବା ପାଇଁ ପ୍ରଥମେ ଏକ କାଚ ଗ୍ଲାସ ନିଅନ୍ତୁ । ସେଥିରେ ପାଣି ଭର୍ତ୍ତି କରି କିଛି ଲୁଣ ପକାଇ ଦିଅନ୍ତୁ । ଏବଂ ସେହି ଗ୍ଲାସକୁ ଯେଉଁ ସ୍ଥାନରେ ନକରାତ୍ମ ଶକ୍ତି ସୃଷ୍ଟି ହେଉଛି ସେହି ସ୍ଥାନରେ ୨୪ ଘଂଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ସେହି ସମୟରେ ଯେପରି କୌଣସି ବ୍ୟକ୍ତି ଏହି ଗ୍ଲାସରେ ହାତ ନଲାଗାନ୍ତି ।
ଯେତେବେଳେ ୨୪ ଘଂଟା ପୂର୍ଣ୍ଣ ହୋଇଯିବ, ସେତେବେଳେ ଯାଇ ଦେଖନ୍ତୁ କି କାଚ ଗ୍ଲାସରେ ଥିବା ପାଣି ସଫା ଅଛି କି ନାହିଁ । ଏହାସହିତ ଯଦି ପାଣିରେ କୌଣସି ଫୋଟକା ହୋଇନଥିବ ତାହାଲେ ଜାଣିନେବେ ଯେ ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତି ନାହିଁ । କିନ୍ତୁ ଯଦି ପାଣିର ରଙ୍ଗ ବଦଳି ଥିବ ବା ପାଣିବେ ଫୋଟକା ହୋଇଥିବ ତାହାଲେ ଜାଣିବେ ଯେ ଆପଣଙ୍କ ଘରେ ନକରାତ୍ମ ଶକ୍ତି ଅଛି । ସେଥିପାଇଁ ଡରନ୍ତୁ ନାହିଁ, ସେହି ପାଣିକୁ ଟଏଲେଟରେ ପକାଇ ଫ୍ଲାସ କରି ଦିଅନ୍ତୁ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ ।