ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଲୋକଙ୍କ ସ୍ୱପ୍ନ ଥାଏ ଧନୀ ହେବା । ଏହାସହିତ ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଧନୀ ହେବା ପାଇଁ ବିଭିନ୍ନ ଉପାୟର ସାହାରା ନେଇଥାନ୍ତି । ଆପଣମାନେ ବି ଧନୀ ହେବାକୁ ଚାହୁଁଛନ୍ତି କି ତେବେ ବୁଧବାର କିଛି ଏଭଳି ଉପାୟ କରନ୍ତୁ ଯାହାଦ୍ୱାରା ବହୁତ ଶୀଘ୍ର ଧନୀ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
- ବୁଧବାର ସକାଳୁ ସ୍ନାନ ସାରି ଗଣେଶ ମହାପ୍ରଭୁଙ୍କୁ ୧୧ କିମ୍ବା ୨୧ଟି ଦୁବଘାସ ଅର୍ପଣ କରନ୍ତୁ । କୁହାଯାଏ ଏଭଳି କରିବା ଦ୍ୱାରା ଚାକିରୀ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
- ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ବୁଧବାର ସକାଳୁ ଗଜାନନଙ୍କୁ ଶୁଦ୍ଧ ଘିଅ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହାଦ୍ୱାରା ଧନପ୍ରାପ୍ତିର ଯୋଗ ରହିଥାଏ ବୋଲି ବିଶ୍ୱାସ ରହିଛି ।
- ପ୍ରତ୍ୟେକ ବୁଧବାରେ ଗାଈକୁ ସବୁଜ ଘାସ ଖୁଆନ୍ତୁ । ସବୁଜ ଘାସ ବଦଳରେ ଆପଣ ସବୁଜ ପନିପରିବା ଖୁଆଇ ପାରିବେ । କୁହାଯାଏ ଏଭଳି କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହେବା ସହ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ ।
- ବୁଧବାରେ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଦିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଘରେ ଧନ ଲାଭ ହେବାରେ ବାଧା ଉପୁଜି ଥାଏ ।
- ଏହିଦିନ ଗଣେଶ ମହାପ୍ରଭୁଙ୍କୁ ସିନ୍ଦୁର ଚଢାନ୍ତୁ । ସିନ୍ଦୁର ଚଢାଇବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଥାଏ ।
- ଶୁକ୍ଳପକ୍ଷ ବୁଧବାରକୁ ଘରେ ଗଣପତିଙ୍କ ଧଳା ପ୍ରତିମା ସ୍ଥାପନା କରିବା ସହ ପୂଜାର୍ଚ୍ଚନାଳ କରନ୍ତୁ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ଧନଲାଭ ହୋଇଥାଏ ।