ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠରେ ଲାଗିଛି ଭକ୍ତଙ୍କ ଭିଡ । ନିଜର ମାନସିକ ପୂରଣ ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ପାଣି ନେଇ ଧାଇଁ ଆସିଛନ୍ତି ମହାଦେବଙ୍କ ନିକଟକୁ । ଲିଙ୍ଗରେ ପାଣି ଢ଼ାଳି ଭକ୍ତ ନିଜକୁ ଧନ୍ୟ ମନେ କରିଥାଏ । ତେବେ ପ୍ରଥମ ସୋମବାର ଯେଉଁ ଭକ୍ତମାନେ ପାଣି ଢ଼ାଳିଥିଲେ ସେମାନେ ଅଧିକ କଷ୍ଟ ସହିଥିଲେ । କାରଣ ପ୍ରଥମ ପାଳିରେ ଖରାର ପ୍ରକୋପ ଅଧିକ ଥିଲା । କିନ୍ତୁ ଦ୍ୱିତୀୟ ପାଳି ଲଘୁଚାପ ପାଇଁ ବର୍ଷା ଲାଗି ରହିଥିଲା । ଯାହାକି କାଉଡିଆଙ୍କ ଚାଲିବାରେ ସୁବିଧା ହୋଇଥିଲା ।
କାଉଡିଆ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରେଷ୍ଠ ମାସ ‘ଶ୍ରାବଣ’ର ୨ୟ ସୋମବାର ଅବସରରେ ଦେଶବ୍ୟାପୀ ଶିବାଳୟ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଛି । ଓଡ଼ିଶାର ପ୍ରମୁଖ ଶିବାଳୟ ଗୁଡ଼ିକରେ ଆଜି କାଉଡିଆ ମାନଙ୍କ ଭିଡ଼ ରହିବ। ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକ ଜିଲ୍ଲାର ଧବଲେଶ୍ୱର, ଢେଙ୍କାନାଳ ଜିଲ୍ଲାର କପିଳେଶ୍ୱର, ସମ୍ବଲପୁର ଜିଲ୍ଲାର ଧମାସ୍ଥିତ ବିମଳେଶ୍ୱର ମନ୍ଦିର, କୋରାପୁଟ ଜିଲ୍ଲାର ଧବଳେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ଶିବାଳୟ ଗୁଡ଼ିକରେ ମଧ୍ୟ କାଉଡିଆ ମାନଙ୍କର ଭିଡ଼ ରହିଛି ।
ମହାଦେବଙ୍କ ଉପରେ ଜଳ ଢାଳି ପୂର୍ଣ୍ଣକରିବେ ନିଜ ମନସ୍କାମନା । ଏହି ଲକ୍ଷ୍ୟରେ ଶିବାଳୟ ମାନଙ୍କୁ ଆଗେଇ ଚାଲିଛନ୍ତି ବୋଲବମ୍ ଭକ୍ତଗଣ ।କିଛି ଭକ୍ତ ଜଳପାତ୍ର ଧରି ରାତିରୁ ମଧ୍ୟ ଅପେକ୍ଷା କରିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ, କଟକ ଜିଲ୍ଲାର ଧବଳେଶ୍ୱର, ପୁରୀର ଲୋକନାଥ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ ଶରଣକୁଳର ଲଡୁକେଶ୍ୱର, ସମ୍ବଲପୁର ଧମାସ୍ଥିତ ବିମଳେଶ୍ୱର ପରି ପ୍ରସିଦ୍ଧ ଶିବମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମ ଥର ପାଇଁ ମନ୍ଦିରର ଉତ୍ତର ଦ୍ୱାର ଦେଇ କାଉଡ଼ିଆ ପ୍ରବେଶ କରିଥିବା ବେଳେ ଏବଂ ଦକ୍ଷିଣ ଦ୍ୱାରରେ ମହିଳା, ଛୋଟ ଛୁଆ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ସୁରକ୍ଷା ଏଠାରେ ଦୃଷ୍ଟିରୁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି କଟକର ଧବଳେଶ୍ୱର, ପୁରୀର ଲୋକନାଥ ଓ ଭଦ୍ରକର ଆଖଣ୍ଡଳମଣି ମନ୍ଦିରରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ଲାଗିଛି।ସବୁ ମନ୍ଦିରରେ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ।