ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ପୁରୀର ବାବା ଶ୍ରୀ ଲୋକନାଥଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ପଙ୍କୋଦ୍ଧାର ଏକାଦଶୀର ସ୍ୱତନ୍ତ୍ର ନୀତି କାନ୍ତି । ବର୍ଷ ତମାମ ବେଲପତ୍ର, ଫୁଲ, କ୍ଷୀର, କଦଳୀ, ଦହି, ସୁନ, ରୂପାରେ ଅଚ୍ଛାଦିତ ହୋଇ ରହୁଥିବା ବାବା ଲୋକଙ୍କନାଥଙ୍କଠାରୁ ଏହି ସମସ୍ତ ସାମଗ୍ରୀକୁ ଆଜି କଢାଯାଇଛି । ଏହାପରେ ଗମ୍ଭୀର ଭିତରକୁ ଯାଇ ବାବାଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।
ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁଯାୟୀ,ରାତି ୧୨ଟାରୁ ଦ୍ୱାର ଫିଟା ନୀତି ହୋଇଥିଲା । ଏହାପରେ ବିଭିନ୍ନ ନୀତିକାନ୍ତି କରାଯାଇ ୫ଟାରୁ ସକାଳ ୭ଟା ମଧ୍ୟରେ ଗମ୍ଭୀରାରୁ ପଙ୍କୋଦ୍ଧାର ଶେଷ କରାଯାଇ ମାଘ ସ୍ନାନ ପରେ ବାବାଙ୍କର ଦର୍ଶନ ଚାଲିଛି ।