ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇ ଉଠିଛି । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଭକ୍ତଙ୍କୁ ମକର ବେଶରେ ଦର୍ଶନ ଦେବେ । ସେଥିଲାଗି ଶ୍ରୀମନ୍ଦିରରେ ପ୍ରଥମେ ଶ୍ରୀଜିଉଙ୍କ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ କରାଯାଇ ମକର ବେଶ କରାଯିବ । ଏଥିରେ ନୂଆ ଲୁଗା ଓ ଚୂଳ ମାଳ ଲାଗି କରାଯିବ । ଏହାପରେ ମଧ୍ୟାହ୍ନ ଧୂପ ଲାଗି ହେବା ପରେ ମହାପ୍ରଭୁଙ୍କ ଠାରେ ମକର ଭୋଗ ଲାଗି କରାଯିବ ।
ଅପରପକ୍ଷେ ଏହି ପର୍ବକୁ ଦକ୍ଷୀଣ ଭାରତର ଲୋକେ ୩ ଦିନ ଧରି ପାଳନ କରିବେ । ସେମାନେ ପ୍ରଥମରେ ଭୋଗି, ତାପରେ ପୋଙ୍ଗଲ ଏବଂ ଶେଷ ଦିନ କାନୁମୁ ଭାବେ ପାଳନ କରିବେ । ମକର ସଂକ୍ରାନ୍ତିକୁ ଆଜି ସେମାନେ ପୋଙ୍ଗଲ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ସମସ୍ତଙ୍କ ଘରେ ପିଠା ପଣା ଆଦି ମାନ ହୋଇଥାଏ । ଦୂର ଦୂରାନ୍ତରେ ରହିଥିବା ବ୍ୟକ୍ତିମାନେ ଏହି ପର୍ବ ପାଳନ କରିବା ପାଇଁ ସେମାନଙ୍କ ଘରକୁ ଆସିଥାନ୍ତି ।