ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନଅ ଦିନ ଧରି ଚାଲିବାକୁ ଥିବା ଶକ୍ତି ଏବଂ ଆରାଧାନାର ପର୍ବ ନବରାତ୍ରୀ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନଅ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କର ବିଭିନ୍ନ ରୂପ ପୂଜା କରାଯିବ । ଏନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ନବରାତ୍ରୀ ର ପ୍ରଥମ ଦିନ ଶୈଳପୁତ୍ରୀ ରୂପରେ ମା’ ପୂଜା ପାଆନ୍ତି । କିନ୍ତୁ ଚଳିତବର୍ଷ ଶୈଳପୁତ୍ରୀ ଏବଂ ବହ୍ମଚାରିଣୀ ଦୁଇଟି ରୂପରେ ମା’ଙ୍କୁ ପୂଜା କରାଯିବ । ସେଥିଲାଗି ଆଜି ସକାଳୁ ଦେଶର ପ୍ରମୁଖ ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।
ପ୍ରଥମ ଦିନର ପୂଜାରୁ ହିଁ ମା’ଙ୍କ ନଅଟି ରୂପରୁ ଆର୍ଶିବାଦ ମିଳିଯାଏ ବୋଲି ବିଶ୍ୱାସ ରହିଛି । ମା’ ଦୁର୍ଗା ତାଙ୍କ ଭକ୍ତଙ୍କର ସମସ୍ତ ଦୁଃଖ ଖଣ୍ଡନ କରିଥାନ୍ତି । ଯଦି କୌଣସି ଭକ୍ତ ସଠିକ୍ ମୁହୂର୍ତ୍ତ ଏବଂ ବିଧିବିଧାନ ସହ ମା’ଙ୍କ ମନ୍ତ୍ର ଜପ କରିବେ ତେବେ ଦେବୀଙ୍କ କୃପା ଲାଭ ହୋଇଥାଏ । ବ୍ୟବସାୟ, ଚାକିରୀ ଆଦି କ୍ଷେତ୍ରରେ ଉନ୍ନତି ହେବା ସହ ଘର ସୁଖ ସମୃଦ୍ଧିରେ ପୂରି ଉଠେ ।