ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ରୁକୁଣା ରଥଯାତ୍ରା । ଏନେଇ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଅଶୋକାଷ୍ଟମୀରେ ଆରମ୍ଭ ହୋଇ ୫ ଦିନ ଯାଏଁ ଚାଲିବ ଯାତ୍ରା ।
ଆସନ୍ତାକାଲି ଦିନ ୧୨ଟାରେ ମଙ୍ଗଳଆଳତୀ, ୨ଟାରେ ଭୋଗ ଲାଗି ଓ ୩ ରୁ ୩ଟା ୩୦ ମଧ୍ୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।
ସେହିପରି ଆଜି ସପ୍ତମୀ ତିଥିରେ ପ୍ରତିଷ୍ଠା କରାଯିବ ରୁକୁଣା ରଥ । ପ୍ରଭୁ ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଅଣାଯାଇ ପୂଜା କରାଯିବା ସହ ରଥ ପ୍ରତିଷ୍ଠା କରାଯିବ ।