ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୈଶାଖ ମାସ କୃଷ୍ଣ ପକ୍ଷରେ ପଡୁଥିବାର ଏକାଦଶୀକୁ ବରୁଥିନି ଏକାଦଶୀ ଭାବେ ପାଳନ କରାଯାଇଥାଏ । ଆସନ୍ତାକାଲି ହେଉଛି ବରୁଥିନି ଏକାଦଶୀ । ଏଥିରେ ଭଗବାନ ବିଷ୍ଣୁଙ୍କୁ ବିଧିବିଧାନ ସହ ପୂଜା କରିବାର ବିଧି ରହିଛି । ଏକାଦଶୀ ବ୍ରତ ପ୍ରଭାବରେ ପ୍ରାଣୀ ମନ ଶାନ୍ତ ରହିଥାଏ ତାଙ୍କ ଉପରେ ଶ୍ରୀହରିଙ୍କ କୃପା ରହିଥାଏ ।
ସ୍ୱୟଂ ବିଷ୍ଣୁପ୍ରିୟା ହେଉଛନ୍ତି ଏକାଦଶୀ । ସେଥିପାଇଁ ଏହିଦିନ ବ୍ରତ, ଜପ, ତପ, ଦାନ, ପୂଣ୍ୟ କରିବା ଦ୍ୱାରା ପ୍ରାଣୀ ଶ୍ରୀହରିଙ୍କ ସାନିଧ୍ୟ ଲାଭ କରି ଜୀବନ ମରଣ ବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ପ୍ରାପ୍ତି କରିଥାଏ ।