ଭୁବନେଶ୍ୱର (ଏଟିଆର ବ୍ୟୁରୋ); ହିନ୍ଦୁ ଧର୍ମରେ ମଙ୍ଗଳବାରକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ହନୁମାନଙ୍କୁ ପୂଜା କରିବାର ବିଧି ରହିଛି । ଏହିଦିନ ବଜରଙ୍ଗୱାଲିଙ୍କ ପୂଜା-ଉପାସନା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ ଏବଂ ବଜରଙ୍ଗୱାଲି ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ହନୁମାନଙ୍କୁ ମାରୁତ ନନ୍ଦନ, ବଜରଙ୍ଗୱାଲି, ସଙ୍କଟମୋଚନ, ପବନସୂତ ହନୁମାନ ଆଦି ନାମରେ ଜଣା ଯାଇଥାଏ ।
ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ଥିବା କଥାନୁଯାୟୀ ଭଗବାନ ହନୁମାନଙ୍କ ନାମ ଜପିବା ମାତ୍ରେ ହିଁ ବ୍ୟକ୍ତିଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ । ମଙ୍ଗଳବାର ଦିନ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ମଜବୁତ ହୋଇଥାନ୍ତି ଏବଂ ଜୀବନରେ ଉନ୍ନତି ହୋଇଥାଏ । ସେହିପରି ଯଦି କୌଣସି ଜାତକରେ ମଙ୍ଗଳ କମଜୋର ହୋଇଥାଏ ତେବେ ଜାତକରେ ଏହାର ପ୍ରତିକୂଳ ପ୍ରତିକୂଳ ପ୍ରଭାବ ପଡିଥାଏ । ଜୀବନରେ ସମସ୍ତ ଦୁଃଖ, ସଙ୍କଟ, ସମସ୍ୟାରୁ ମୁକ୍ତି ପାଇଁ ହନୁମାନଙ୍କ ପଜା ପରେ କିଛି ମନ୍ତ୍ର ଜପନ୍ତୁ ।
– ଓଁ ପୂର୍ବକପିମୁଖାୟ ପଞ୍ଚମୁଖ ହନୁମନ୍ତେ
ଟଂ ଟଂ ଟଂ ଟଂ ଟଂ ସକଳ ଶତୃ ସଂହରାୟଣ ସ୍ୱାହା ।
ଶତୃକୁ ନାସ କରିବା ପାଇଁ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହାଦ୍ୱାରା ଶତୃ ଦମନ ହୋଇଥାଏ । ନିୟମିତ ରୂପେ ସ୍ନାନ-ଧ୍ୟାନ ଏବଂ ହନୁମାନ ଚାଳିଶା ପାଠ କରିବା ପରେ ଏହି ମନ୍ତ୍ରକୁ ୧୧ ଥର ଜପନ୍ତୁ ।
– ଓଁ ନମୋ ଭଗବତେ ପଞ୍ଚବଦନାୟ ପଶ୍ଚିମୁଖାୟ ଗରୁଡାନନା
ମଂ ମଂ ମଂ ମଂ ମଂ ସକଳ ବିଷହରାୟ ସ୍ୱାହା । ଏହି ମନ୍ତ୍ର ଜପିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବ୍ୟକ୍ତି ନିୟମିତ ସ୍ନାନ-ଧ୍ୟାନ ରେ ୧୧ ଥର ଏହି ମନ୍ତ୍ର ଜପନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ ।
– ଓଁ ହଂ ହନୁମଂତେ ରୁଦ୍ରାତ୍ମକାୟ ହୁଂ ଫଟ୍
ନିୟମିତ ପୂଜା କରିବା ସମୟରେ ଏହି ମନ୍ତ୍ର ନିହାତି ଜପନ୍ତୁ । ଏହି ମନ୍ତ୍ର ଜପିବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ହନୁମାନ ।