ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଥର ନବରାତ୍ରୀରୁ ବୈଷ୍ଣୋ ଧାମରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ସମୟରେ ଏବଂ ଅଟକା ଆରତୀ ସମୟରେ ଭକ୍ତଗଣ ଶଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବା ବାଧ୍ୟତାମୂଳକ । ସର୍ଟ, ଟିସାର୍ଟ, ଜିନ୍ସ, କ୍ୟାପ୍ରିସ ପିନ୍ଧି ଦର୍ଶନ କରିବା ବାରଣ କରାଯାଇଛି । ଏନେଇ ମନ୍ଦିର ବୋର୍ଡ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ବୈଷ୍ଣୋ ଦେବୀ ଭବନରେ ସ୍ଥାନ ସ୍ଥାନରେ ସୂଚନା ବୋର୍ଡ ଲଗାଯାଇଛି । ସେହିପରି ଘୋଷଣା ମଧ୍ୟ କରାଯାଇଛି କି ଯେଉଁମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିନଥିବେ ସେମାନଙ୍କୁ ଦର୍ଶନ ଓ ଆଳତୀରେ ସାମିଲ ପାଇଁ ଅନୁମତି ମିଳିବ ନାହିଁ ।
ସାଇନ୍ ବୋର୍ଡର ଏହି ନିମୟ ପୁରୁଣା ହେଲେ ଏହାକୁ ନବରାତ୍ରୀରୁ କଡାକଡି ଭାବେ ପାଳନ କରାଯିବ । ବୋର୍ଡ ପ୍ରଶାସନ ମଧ୍ୟ ଭକ୍ତଙ୍କ ପୋଷାକ ପରିଧାନ ଉପରେ ସମ୍ପୂର୍ଣ୍ଣ ନଜର ରଖିବ ।