ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଘରେ ଥିବା ସମସ୍ତ ବସ୍ତୁ ସହିତ ବାସ୍ତୁର ସମ୍ବନ୍ଧ ରହିଛି । ଏହାବ୍ୟତୀତ ଘରେ ଏଭଳି କିଛି ଜିନିଷ ଅଛି , ଯାହାର ପ୍ରଭାବ ସିଧାସଳଖ ପରିବାରର ସଦସ୍ୟଙ୍କ ଉପରେ ପଡିଥାଏ । ସେହି ଜିନିଷ ମଧ୍ୟରୁ ଗୋଟେ ଜିନିଷ ହେଉଛି ୱାଶିଙ୍ଗମେସିନ୍ । ଯଦି ଏହି ୱାଶିଙ୍ଗମେସିନ୍ର ବାସ୍ତୁ ଠିକ୍ ନଥାଏ ତେବେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ।
ଏହି ୱାଶିଙ୍ଗମେସିନ୍ କୁ ବସ୍ତ୍ର ସଫା କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ବାସ୍ତୁ ଅନୁଯାୟୀ ଦେଖିବାକୁ ଗଲେ ଏହି ୱାଶିଙ୍ଗମେସିନ୍ ଦ୍ୱାରା ଅନେକ ସମସ୍ୟା ଉପୁଜି ଥାଏ । ଯଦି ଆପଣ ପୂର୍ବରୁ କିଛି ଉପାୟ ଅବଲମ୍ବନ କରି ଦେଉଛନ୍ତି । ତେବେ ବାସ୍ତୁ ଦୋଷରୁ ଆପଣ ମୁକ୍ତି ପାଇ ପାରିବେ । କିନ୍ତୁ ଆପଣ ଜାଣିଛନ୍ତି କି ୱାଶିଙ୍ଗମେସିନ୍ ରୁ କେଉଁ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ ଏବଂ ଏହି ଦୋଷକୁ ଦୂର କରିବାର ଉପାୟ ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ୱାଶିଙ୍ଗମେସିନ୍ କୁ ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ୍ । ଏହି ଦୁଇଟି କୋଣ ଚିନ୍ତା ଏବଂ ବିଶ୍ଲେଷଣ ସହିତ ସମ୍ବନ୍ଧିତ ଥାଏ । ଯଦି ଆପଣ ୱାଶିଙ୍ଗମେସିନ୍ କୁ ଏହି କୋଣରେ ରଖିବେ ତେବେ ଏହାଦ୍ୱାରା ଜୀବନର ବିକାଶରେ ଆସୁଥିବା ପ୍ରତିବନ୍ଧକ ଦୂର ହୋଇପାରିବ ।
ଯଦି ଆପଣ ଦକ୍ଷିଣ-ପଶ୍ଚିମ କୋଣରେ ୱାଶିଙ୍ଗମେସିନ୍ ରଖୁଛନ୍ତି ତେବେ ଏହାଦ୍ୱାରା ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ଏବଂ ଘରେ ନକରାତ୍ମକ ବାତାବରଣ ଦେଖା ଦେଇଥାଏ । ବାସ୍ତୁ ଅନୁଯାୟୀ ଭୁଲରେ ବି ଏହି କୋଣରେ ୱାଶିଙ୍ଗମେସିନ୍ ରଖିବା ଅନୁଚିତ୍ ।
ସେହିଭଳି ବାସ୍ତୁ ଅନୁଯାୟୀ ଘରର ଉତ୍ତର-ପୂର୍ବ କୋଣରେ ୱାଶିଙ୍ଗମେସିନ୍ ରଖିଲେ ଏହା ସିଧା ସଳଖ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଏହି କୋଣରେ ୱାଶିଙ୍ଗମେସିନ୍ ରଖନ୍ତୁ ନାହିଁ ।