ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ଏହି ମାସରେ ମହାଦେବଙ୍କର ବିଶେଷ ପୂଜା ଉପାସନା କରାଯାଇଥାଏ । ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଶ୍ରାବଣ ମାସରେ ଭଗବାନ ଶିବଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତିଙ୍କୁ ବଳ, ବୁଦ୍ଧି, ବିଦ୍ୟା ସମେତ ଅନେକ ଜିନିଷ ପ୍ରାପ୍ତି ହୋଇଥାଏ । ଏହାସହିତ ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଥାଏ । ସେହିପରି ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ଶ୍ରାବଣ ମାସର କିଛି ଉପାୟ ବିଷୟରେ ବର୍ଣ୍ଣିତ ଅଛି । ଯାହାକୁ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।
ଶାସ୍ତ୍ରରେ ବର୍ଣ୍ଣିତ ଅଛି କି, ଯେଉଁ କୋଣରେ ଭଗବାନ ଶିବ ନିବାସ କରନ୍ତି ସେହି କୋଣରେ ଶିବଙ୍କ ପ୍ରତିମା ରଖିବା ଉଚିତ୍ । ପ୍ରକୃତରେ ଭଗବାନ ଶିବଙ୍କ ନିବାସ ସ୍ଥଳ ହେଉଛି କୈଳାଶ ଏବଂ କୈଳାଶ ଉତ୍ତର କୋଣରେ ଅବସ୍ଥିତ । ସେଥିପାଇଁ ଏହି କୋଣରେ ଶିବଙ୍କ ପ୍ରତିମା ରଖନ୍ତୁ ।
ଶ୍ରାବଣ ମାସରେ ଶିବଙ୍କ ଉପାସନା କରିବା ସମୟରେ ଘରର ସଫା ସୁତୁରା ଉପରେ ଧ୍ୟାନ ରଖିବା ଉଚିତ୍ । ଏହାସହିତ ଘରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମାକୁ ମଧ୍ୟ ସଫା ସୁତୁରା କରି ରଖିବା ଉଚିତ୍ ।
ଘରେ ଶିବଙ୍କ ଫଟୋ ଲଗାଇବା ସମୟରେ ଧ୍ୟାନ ରଖିଥିବା ଉଚିତ୍ କି ଶିବଙ୍କର ସମସ୍ତ ପରିବାର ଯେପରିକି ମାତ ପାର୍ବତୀ, ଗଣେଶ ଏବଂ କାର୍ତ୍ତିକ ସେହି ଫଟୋରେ ଉପସ୍ଥିତ ଥିବେ । ଏଭଳି କରିବା ଦ୍ୱାର ଶିବଙ୍କ ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।