ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୀବନରେ ଆର୍ଥିକ ଅଭାବ ହେବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବେଳେ ବେଳେ ଘରେ ରହିଥିବା ନକରାତ୍ମାକ ଶକ୍ତି ଯୋଗୁଁ ଆର୍ଥିକ କ୍ଷତି ହୋଇଥାଏ । କିନ୍ତୁ ଏହାର କାରଣ ଜଣା ପଡିନଥାଏ । କାରଣ ଜଣା ପଡିଲା ବେଳକୁ ବିଳମ୍ବ ହୋଇଯାଇଥାଏ । ସେଥିପାଇଁ ଏଭଳି କିଛି ଉପାୟ ରହିଛି, ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଯେତେବେଳେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ସେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ନକରାତ୍ମକ ଶକ୍ତି ଯୋଗୁଁ ଧନ ହାନି ହୋଇଥାଏ । ବ୍ୟକ୍ତିଙ୍କ ଜମା ପୁଞ୍ଜି ଶେଷ ହୋଇଯାଇଥାଏ । ଏହାସହିତ ଅଚାନକ ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହାବ୍ୟତିତ ଘରର ଆବଶ୍ୟକତା ପୁରଣ ପାଇଁ ଋଣ କରିବାକୁ ପଡିଥାଏ । ଯାହାଫଳରେ ବ୍ୟକ୍ତି ଙ୍କୁ ଋଣ ସୁଝିବାରେ ସମସ୍ୟା ହୋଇଥାଏ । ଏହିଭଳି ସମସ୍ତ ସମସ୍ୟା ନକରାତ୍ମକ ଶକ୍ତି ପାଇଁ ହୋଇଥାଏ ।
ଯଦି ନକରାତ୍ମକ ଶକ୍ତି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଘରର ମୁଖ୍ୟ ଦ୍ୱାର ନିକଟରେ ସନ୍ଧ୍ୟାରେ ଏକ ଘିଅ ଦୀପ ଜଳାନ୍ତୁ । ଯଦି ଆପଣ ଏଭଳି ପ୍ରତିଦିନ ଦୀପ ଜାଳିବେ ତେବେ ନକରାତ୍ମକ ଶକ୍ତି ନାଶ ହୋଇଥାଏ ।
ପୌରାଣିକ ମାନ୍ୟତା ରହିଛି କି ଘରର ମୁଖ୍ୟ ଦ୍ୱାରରେ ସନ୍ଧ୍ୟାରେ ଘିଅ ଦୀପ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ । କୁହାଯାଏ କି ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଭ୍ରମଣରେ ବାହାରିଥାନ୍ତି ଏବଂ ଆର୍ଶିବାଦ ପ୍ରଦାନ କରିଥାନ୍ତି । ଏହାବ୍ୟତିତ ଘରେ ନିୟମିତ ସକାଳ ଏବଂ ସନ୍ଧ୍ୟାରେ ପୂଜା କରିବା ଉଚିତ୍ । ଏହାସହିତ ପ୍ରତିଦିନ ସନ୍ଧ୍ୟା ପୂଜାରେ ଲକ୍ଷ୍ମୀ ଆରତୀ ପାଠ କରିବା ଉଚିତ୍ ।