ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ରରେ ଶୁଭ ଏବଂ ଅଶୁଭର ଖାସ୍ ମହତ୍ୱ ରହିଛି । ଏହାବ୍ୟତିତ ଅଶୁଭ ସଂକେତ ଜାଣିଲା ପରେ ଏହାର ଉପଚାର କରି ଆଗକୁ ବଢିବା ସଠିକ୍ ରହିଥାଏ । ତେବେ ଆସନ୍ତୁ ଜାଣିବା ସଂକେତ ଏବଂ ଏହାର ଉପଚାର..
- କୌଣସି ଶୁଭ କାର୍ଯ୍ୟକୁ ଗଲା ସମୟରେ ଯଦି ବିଲେଇ ରାସ୍ତା ପାର କରୁଥିବାର ଦେଖିଛନ୍ତି ତେବେ ଘରୁକୁ ଫେରି ଆସି ଟିକେ ବିଶ୍ରାମ ନେଇ ବାହାରନ୍ତୁ । ଗ୍ରହ ଓ ନକ୍ଷତ୍ର ମାନଙ୍କର ଅଶୁଭ ସମୟ ଟାଳିବା ପାଇଁ ଏଭଳି କରାଯାଇଥାଏ ।
- ଆକାଶରେ ତାରା ଖସିବାର ଦେଖିଥିଲେ ଏହା ସ୍ୱାସ୍ଥ୍ୟ ଖରାପର ସୂଚନା ଦେଇଛନ୍ତି । ଚାକିରୀ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇପାରେ ।
- ଯଦି ଆପଣ ଶୁଭ କାର୍ଯ୍ୟରେ ବାହାରିଲା ବେଳେ କୌଣସି ଦୃଷ୍ଟ ପ୍ରକୃତିର ବ୍ୟକ୍ତି,ବ୍ୟଭିଚାରିଣୀ ଏବଂ ଅନ୍ୟାୟ ବ୍ୟକ୍ତିଙ୍କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅଶୁଭ । ଫଳରେ କୌଣସି କାର୍ଯ୍ୟ ସଫଳ ହୋଇନଥାଏ ।
- ଶୁଭ କାର୍ଯ୍ୟ କରିବା ସମୟରେ ଝିଟିପିଟି ସ୍ୱର ଶୁଣାଗଲେ ଅଶୁଭ ବୋଲି କୁହାଯାଇଥାଏ । ସେଥିପାଇଁ ସେହି ସମୟରେ କୌଣସି କରନ୍ତୁ ନାହିଁ ।
- କୁକୁର ଏବଂ ବିଲୁଆ କାନ୍ଦିବା ଦ୍ୱାରା ସଂପର୍କରେ, ପଡୋଶୀରେ କିମ୍ବା ମହଲାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।
- ଯଦି ଘରେ କୌଣସି ଠାକରଙ୍କ ମୂର୍ତ୍ତି ଅଚାନକ୍ ଭାଙ୍ଗିଯାଉଛି ତେବେ ଏହାଦ୍ୱାର ଗମ୍ଭୀର କଷ୍ଟ ଅନୁଭବ ହୋଇଥାଏ । ସେଥିପାଇଁ ଦୁର୍ଗା ମାଙ୍କ ଆରଧନା କରନ୍ତୁ ।