ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଘର ସଜାଇବା ବେଳେ ବିଭିନ୍ନ ପ୍ରକାରର ଫଟୋ ଘରେ ଲଗାଇଥାନ୍ତି । ଯାହାଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଆପଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଫଟୋ ଲଗାଇବେ ତେବେ ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ହେବ । ସେହିପରି ଘରେ ହଂସ ର ଫଟୋ ଲଗାଇବା ଦ୍ୱାରା ଅର୍ଥିକ ଅଭାବ ଦେଖା ଦେଇନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଫଟୋକୁ ଘରେ ଲଗାଇବା ଦ୍ୱାରା ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପଡିଥାଏ ।
ସକରାତ୍ମକ ପ୍ରଭାବ:
- ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଦେବା-ଦେବୀଙ୍କ ଫଟୋ ଲଗାଇବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୁଏ ଏବଂ ସୁଖ ଓ ଶାନ୍ତି ବଳ ବତ୍ତର ରୁହେ ।
- ଘରେ ଫ୍ୟାମିଲ କିମ୍ବା ଅନ୍ୟ କୌଣସି ଫଟୋ ଲଗାଇବା ଉଚିତ୍, ଏହାଦ୍ୱାରା ଘରେ କୌଣସି ଖରାପ ପ୍ରଭାବ ପ୍ରବେଶ କରେ ନାହିଁ ।
- ସମୁଦ୍ର କୂଳେ ଦଉଡୁଥିବା ୭ଟି ଘୋଡାର ଫଟୋ ଘରେ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତିର ସଂଚାର ବୃଦ୍ଧି ହୁଏ ।
- ଘରର ବୈଠକ ସ୍ଥଳରେ ହଂସର ଏକ ବଡ ଫଟୋ ଲଗାଇବାକୁ ଶୁଭ ବୋଲି କୁହାଯାଇଥାଏ । ଏହାଦ୍ୱାରା ଘରେ ଆର୍ଥିକ ଅନଟନ ଦୂର ହୋଇଥାଏ ।
- ରୋଷେଇ ଘରେ ଫଳ ଏବଂ ପନିପରିବା ଫଟୋ ଲଗାଇବା ଉଚିତ୍
- ଘରେ ଉଡା ପକ୍ଷୀଙ୍କ ଫଟୋ ଲଗାଇବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ ।
ନକରାତ୍ମକ ପ୍ରଭାବ:
- ଘରେ ସିଂହ, ବାଘ, ମାଙ୍କଡ, ସାପ, ଶାଗୁଣଶ, ଶୃଗାଳ, କାଉ, ପେଚା ଆଦି ପଶୁ ପକ୍ଷୀଙ୍କ ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ବ୍ୟବହାର ହିଂସ୍ର ହୋଇଥାଏ । ଏହାସହ ପରିବାରେ ସର୍ବଦା ଝଗଡା ଲାଗି ରହେ ।
- ମହାଭାରତ କିମ୍ବା କୌଣସି ଯୁଦ୍ଧର ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଓ ଝଗଡା ହେବାର ସମ୍ଭାବନା ଥାଏ ।
- କୌଣସି ସମାଧୀ ଫଟୋ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ ।
- ନୌକା ଫଟୋ ଦ୍ୱାରା ଚିନ୍ତା ବଢିବା ସହ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।