ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଇ-ଭଉଣୀଙ୍କ ପ୍ରେମ ଓ ସ୍ନେହର ପର୍ବ ହେଉଛି ରାକ୍ଷୀ । ଏହି ଦିନ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ ଏବଂ ଖୁସୀ କାମନା କରିଥାଏ । ସେହିପରି ଭାଇ ମଧ୍ୟ ଭଉଣୀକୁ ପ୍ରତ୍ୟେକ ସଙ୍କଟରୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । କିନ୍ତୁ ଚଳିତ ବର୍ଷ ରାକ୍ଷୀ ବାନ୍ଧିବାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ ରହିଛି । କାରଣ ଦୁଇ ଦିନ ପୂର୍ଣ୍ଣିମା ରହୁଛି । ସେଥିପାଇଁ ୩୦ ଅଗଷ୍ଟରେ ରାକ୍ଷୀ ବାନ୍ଧିବେ ନା ୩୧ ଅଗଷ୍ଟରେ ବାନ୍ଧିବେ ।
ପଞ୍ଚାଙ୍ଗ ଅନୁସାରେ ପୂର୍ଣ୍ଣିମା ତିଥି ୩୦ ଅଗଷ୍ଟ ୧୦ଟା ୫୮ ମିନିଟ୍ ରେ ଆରମ୍ଭ ହୋଇ ୩୧ ଅଗଷ୍ଟ ୭ ଟା ୫ ଯାଏଁ ରହିବ । କିନ୍ତୁ ୩୦ ଅଗଷ୍ଟରେ ପୂର୍ଣ୍ଣିମା ଆରମ୍ଭ ହେବା ସହ ଭଦ୍ରାକାଳ ଆରମ୍ଭ ହେଉଛି । ଏହିକାଳ ୩୦ ଅଗଷ୍ଟ ୯ ଟା ଯାଏଁ ରହିବ । ରାତି ୯ଟା ପରେ ଭଦ୍ରାକାଳ ଶେଷ ହୋଇଯାଉଛି । କିନ୍ତୁ ରାତିରେ ରକ୍ଷା ସୂତା ବନ୍ଧାଯାଏ ନାହିଁ । ସେଥିପାଇଁ ୩୧ ଅଗଷ୍ଟ ପ୍ରାତଃ ୫ଟାରୁ ୭ଟା ୫ ଟା ଯାଏ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ମୁହୂର୍ତ୍ତ ରହୁଛି ।
ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ସୂର୍ଯ୍ୟାଦୟ କାଳରେ ଯେଉଁ ତିଥି ଆସେ ତାହା ସାରା ଦିନ ପାଳନ କରାଯାଏ ସେଥିପାଇଁ ୩୧ ତାରିଖରେ ରାକ୍ଷୀ ବାନ୍ଧି ପାରିବେ ।