(ଏଟିଆର ବ୍ୟୁରୋ): ପବନପୁତ୍ର ହନୁମାନ । ଯାହାଙ୍କୁ କଳିଯୁଗର ଦେବତା ବୋଲି କୁହାଯାଏ । ଏହାସହିତ ହନୁମାନ ହେଉଛନ୍ତି ସାକ୍ଷତ ଏବଂ ଜାଗ୍ରତ ଦେବତା । ସେ ବହୁତ ଶୀଘ୍ର ଭକ୍ତଙ୍କ ପୂଜାରେ ପ୍ରସନ୍ନ ହୋଇଥାନ୍ତି । ଅବଶ୍ୟ ତାଙ୍କ ପୂଜାରେ କିଛି ନିୟମମାନ ରହିଛି । କୁହାଯାଏ ହନୁମାନଙ୍କ ଉପାସନା କରିବା ଯେତିକି ସହଜ ସେତିକି କଠିନ । ବିଶ୍ୱାସ ରହିଛି କି ଯେଉଁ ଘରେ ହନୁମାନଙ୍କ ପ୍ରତିମାକୁ ନିୟମିତ ପୂଜା କରାଯାଏ ସେଠାରେ ଶନିଦୋଷ, ପିତୃଦୋଷ, ଭୂତ-ପିଶାଚ ଡର ଏବଂ ଦୋଷ ଦୂର ହୋଇଥାଏ । ସେହିପରି ଘରର କେଉଁ ସ୍ଥାନରେ ଏବଂ ହନୁମାନଙ୍କ କେଉଁ ଫଟୋ ରହିବା ଉଚିତ୍ ଆସନ୍ତୁ ଜାଣିବା ।
ଯଦି ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ତେବେ ଆପଣ ହନୁମାନଙ୍କ ଶକ୍ତି ପ୍ରଦର୍ଶନ ମୁଦ୍ରାର ଫଟୋ ଘରେ ରଖନ୍ତୁ । ଆପଣ ଚାହିଁଲେ ପଞ୍ଚମୁଖୀ ହନୁାମନଙ୍କ ଫଟୋ ଘରର ମୁଖ୍ୟ ଦ୍ୱାରରେ ଲଗାଇ ପାରିବେ । ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ ।
ଶାସ୍ତ୍ରନୁଯାୟୀ ହନୁମାନ ହେଉଛନ୍ତି ବାଲବ୍ରହ୍ମଚାରୀ । ଏହି କାରଣ ଯୋଗୁଁ ତାଙ୍କ ଫଟୋକୁ ଶୟନକକ୍ଷରେ ନରଖି ଠାକୁରଘରେ ରଖିବା ଶୁଭ ହୋଇଥାଏ ।
ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଘରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଥାଏ । ସେଠାରେ ଉନ୍ନତି ମାର୍ଗର ସମସ୍ତ ବାଧା ଦୂର ହୋଇ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।
ଯଦି ଆପଣଙ୍କ ଘରେ ହନୁମାନଙ୍କର ପର୍ବତ ଉଠାଉଥିବାର ଫଟୋ ଥିବ ତେବେ ଏହାଦ୍ୱାରା ଆପଣଙ୍କ ସାହସ, ଶକ୍ତି, ବିଶ୍ୱାସ, ଏବଂ ଦାୟିତ୍ୱର ବିକାଶ ହୋଇଥାଏ । ଆପଣ କୌଣସି ପରିସ୍ଥିତିରେ ଡରିବେ ନାହିଁ ।
ସେହିପରି ଯଦି ଆପଣଙ୍କ ଘରେ ହନୁମାନଙ୍କର ଶ୍ରୀରାମ ନାମ ଭଜୁଥିବାର ଫଟୋ ଥିବ ତେବେ ଏହାଦ୍ୱାରା ଆପଣଙ୍କ ମଧ୍ୟରେ ଭକ୍ତି ଏବଂ ବିଶ୍ୱାସ ସଂଚାର ହେବ ।