ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂଜାରେ ଭଗବାନଙ୍କୁ ଭୋଗ ଲଗାଇବାର ପରମ୍ପରାମାନ ରହିଛି । ଏହାସହିତ ଭକ୍ତି ମନରେ ଚଢା ଯାଇଥିବା ପ୍ରସାଦକୁ ଗ୍ରହଣ କରିଥାନ୍ତି ଭଗବାନ । କିନ୍ତୁ ଯଦି ଆପଣ ଭଗବାନଙ୍କ ପ୍ରିୟ ଜିନିଷ ଭୋଗରେ ଲଗାଇବେ ତେବେ ବହୁତ ଶୀଘ୍ର ଭଗବାନ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । କୁହାଯାଏ ପ୍ରତ୍ୟେକ ଭଗବାନଙ୍କର ପ୍ରିୟ ଜିନିଷ ରହିଛି । ସାମାନ୍ୟ ଗୁଡ ଠୁ ନେଇ ୫୬ ଭୋଗ ଯାଏଁ । ତେବେ ଆସନ୍ତୁ ଜାଣିବା କେଉଁ ଭଗବାନଙ୍କୁ କେଉଁ ଭୋଗ ଲଗାଇବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ।
ଭଗବାନ ଗଣେଶ: ଗଣେଶ ଭଗବାନଙ୍କ ପ୍ରିୟ ହେଉଛି ମୋଦକ ଏବଂ ଲଡ୍ଡୁ । ସେଥିପାଇଁ ତାଙ୍କୁ ମୋଦକ ଏବଂ ଲଡ୍ଡୁ ଭୋଗ ଲଗାଇବା ଉଚିତ୍ । କୁହାଯାଏ ଗଣପତିଙ୍କୁ ମୋଦକ ଭୋଗ ଲଗାଇବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
ଭଗବାନ ଶିବ: କୁହାଯାଏ ଭଗବାନ ଶିବଙ୍କର ପ୍ରିୟ ହେଉଛି ପଞ୍ଚାମୃତ । ସେଥିପାଇଁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପଞ୍ଚାମୃତ ଭୋଗ ଲଗାନ୍ତୁ ।
ଭଗବାନ ବିଷ୍ଣୁ: ପୂଜାରେ ଭଗବାନ ବିଷ୍ଣୁଙ୍କୁ ଖୀର ବା ସୁଜି ହାଲୁଆ ଭୋଗ ଲଗାଇବା ଉଚିତ୍ ।
ମା ଦୁର୍ଗା: ଶକ୍ତିର ପ୍ରତୀକ ମା ଦୁର୍ଗାଙ୍କୁ ଧଳା ମିଠା ଭୋଗ ଲଗାଇବା ଉଚିତ୍ । ଖାସକରି ଖୀରରେ ତିଆରି ମିଠା ମାଙ୍କୁ ବହୁତ ପସନ୍ଦ ।
ଭଗବାନ ହନୁମାନ: ପୂଜାରେ ହନୁମାନଙ୍କୁ ମୋତିଚୁର ଲଡ୍ଡୁ ଏବଂ ବେସନ ଲଡ୍ଡୁ ଭୋଗ ଲଗାଇବା ଉଚିତ୍ । ଏହାବ୍ୟତିତ ହାଲୁଆ, ଗୁଡ ଲଡ୍ଡୁ, ମିଠା ପାନ ଆଦି ଭୋଗ ଲଗାଇ ବଜରଙ୍ଗୱାଲିଙ୍କୁ ପ୍ରସନ୍ନ କରାଇ ପାରିବେ ।