ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଭଗବାନଙ୍କ ପୂଜା ସରିବା ପରେ ଆଳତୀ କରାଯାଇଥାଏ । ସେଥିପାଇଁ କର୍ପୂର ପ୍ରୟୋଗ କରାଯାଏ । ଦୀପ, ଧୂପ ସହିତ କର୍ପୂର ବି ଜଳାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ପୂଜା ଶେଷରେ କାହିଁକି କର୍ପୂର ଆଳତୀ କରାଯାଏ । ହିନ୍ଦୁ ଧର୍ମରେ ଦେଶୀ ଘିଅ ଦୀପ ଏବଂ କର୍ପୂର ଦ୍ୱାରା ଦେବା-ଦେବୀଙ୍କଠାରେ ଆଳତୀ କରିବାର ବିଧି ରହିଛି । ପ୍ରକୃତରେ ଆଳତୀରେ କର୍ପୂର ବ୍ୟବହାର ପଛରେ କିଛି ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ ଲୁଚିକି ରହିଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ..
– ଆଳତୀ କରିବା ସମୟରେ କର୍ପୂରର ସୁଗନ୍ଧରୁ ଶୀଘ୍ର ପସନ୍ନ ହୋଇଥାନ୍ତି ଭଗବାନ । ଏହାସହିତ ବହୁତ ଶୀଘ୍ର ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ।
– ଧର୍ମଗ୍ରନ୍ଥ ଅନୁସାରେ କର୍ପୂର ଜଳାଇବା ଦ୍ୱାରା ଦେବଦୋଷ ଏବଂ ପିତୃଦୋଷ ଦୂର ହୋଇଥାଏ ।
– କର୍ପୂରର ସୁଗନ୍ଧ ଯୁକ୍ତ ବାତାବରଣରେ ମନ ସରଳତାର ସହ ଭକ୍ତି ଭାବରେ ପରିପୂର୍ଣ୍ଣ ହୋଇଥାଏ ।
– ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ ଜଳୁଥିବା କର୍ପୂରର ସୁଗନ୍ଧରୁ ଜୀବାଣୁ ଏବଂ କୀଟାଣୁ ଆଦି ନଷ୍ଟ ହୋଇଥାନ୍ତି । ଯାହାଦ୍ୱାରା ରୋଗ ହେବାରୂ ଭୟ ନଥାଏ ।
– କୁହାଯାଏ କର୍ପୂର ଜଳାଇବା ଦ୍ୱାରା ବାୟୁମଣ୍ଡଳ ସୁଧ ହୋଇଥାଏ । ଏହାସହିତ ସଂକ୍ରାମକ ଜୀବାଣୁ ନଷ୍ଟ ହୋଇଥାଏ । ଯେଉଁ ଘରେ ପ୍ରତିଦିନ କର୍ପୂର ଜଳାଯାଏ, ସେଠାକାର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
– ମହାଦେବଙ୍କ କ୍ରୋଧ ଜ୍ୱାଲାର ପରିଚୟ ହୋଇଥାଏ କର୍ପୂରର ଜ୍ୟୋତି, ଯାହା ଭିତରେ ସଂସାରର ସମସ୍ତ ଅଶୁଦ୍ଧତା ଏବଂ ନକରାତ୍ମକ ଶକ୍ତି ଜଳି ଭସ୍ମ ହୋଇଯାଇଥାଏ ।