ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷକ ମଧ୍ୟରେ ଅନେକ ଥର ଏକାଦଶୀ ବ୍ରତ ପଡିଥାଏ । ଏହିଦିନ ଲୋକ ବ୍ରତ ରଖିଥାନ୍ତି ଏବଂ ଅନ୍ନ ଗ୍ରହଣ କରନ୍ତି ନାହିଁ । କିନ୍ତୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ କି ଏକାଦଶୀ ଦିନ କାହିଁକି ଅନ୍ନ ସେବନ କରାଯାଏ ନାହିଁ । ଧାର୍ମିକ ଦୃଷ୍ଟିରୁ ପୁରାଣରେ ଲେଖିତ ଅଛି କି ଏକାଦଶୀରେ ଅନ୍ନ ସେବନ କରିବା ଦ୍ୱାରା ଅଖାଦ୍ୟ ପଦାର୍ଥ ଖାଇବାର ଫଳ ପ୍ରାପ୍ତି ହୋଇଥାଏ ।
ପୌରାଣିକ କଥାନୁସାରେ ମାତା ଶକ୍ତିଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମହର୍ଷି ମେଧା ତାଙ୍କ ଶରୀର ତ୍ୟାଗ କରିଦେଲେ ଏବଂ ତାଙ୍କ ଅଂଶ ପୃଥିବୀରେ ମିଶିଗଲା । ଧାନ ବା ଯଅ ରୂପେ ମହର୍ଷି ମେଧା ଉତ୍ପନ୍ନ ହୋଇଥିଲେ ସେଥିପାଇଁ ଧାନ ଏବଂ ଯଅ କୁ ପ୍ରାଣୀ ଭାବେ ବିବେଚନା କରାଯାଏ । ଯେଉଁଦିନ ମହର୍ଷି ମେଧାଙ୍କ ଅଂଶ ପୃଥିବୀରେ ମିଶିଲା ସେଦିନ ଥିଲା ଏକାଦଶୀ । ସେଥିପାଇଁ ଏକାଦଶୀ ଦିନ ଅନ୍ନ ସେବନ ବାର୍ଜିତ ରହିଛି । ମାନ୍ୟତା ରହିଛି କି ଏକାଦଶୀରେ ଅନ୍ନ ସେବନ କରିବା ମହର୍ଷି ମେଧାଙ୍କ ମାଂସ ଏବଂ ରକ୍ତ ସେବନ କରିବା ସହ ସମାନ ।
ବୈଜ୍ଞାନିକ ମାନ୍ୟତାନୁସାରେ ଅନ୍ନରେ ଜଳ ତତ୍ୱର ମାତ୍ରା ଅଧିକ ରହିଥାଏ । ଜଳ ଉପରେ ଚନ୍ଦ୍ରମାଙ୍କ ପ୍ରଭାବ ଅଧିକ ପଡିଥାଏ । ଅନ୍ନ ସେବନ ଦ୍ୱାରା ଶରୀରରେ ଜଳର ମାତ୍ରା ବଢିଥାଏ ଏହାଦ୍ୱାରା ମନ ବିଚଳିତ ଏବଂ ଚଂଚଳ ହୋଇଥାଏ । ମନ ଚଂଚଳ ହେବା ହେତୁ ବ୍ରତ ନିୟମ ପାଳନ କରିବାରେ ବାଧା ସୃଷ୍ଟି ହୋଇଥାଏ । ସେଥିପାଇଁ ଏକାଦଶୀରେ ଅନ୍ନ ସେବନ କରାଯାଏ ନାହିଁ ।