ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବଙ୍କୁ ପୂଜା କରିବାର ଅନେକ ବିଧି ରହିଛି । ଶାସ୍ତ୍ରରେ ଶିବପୂଜନର ଅନେକ ନିୟମ ମଧ୍ୟ ରହିଛି । ଇତି ମଧ୍ୟରୁ ଏକ ନିୟମ ହେଉଛି ଶିବଲିଙ୍ଗକୁ ସ୍ପର୍ଷ କରିବାରେ କୁଆଁରୀ ଝିଅଙ୍କୁ ବାର୍ଜିତ । ଶିବଲିଙ୍ଗ ଏକ ଦିବ୍ୟ ଶକ୍ତିର ପ୍ରତିକ । ସେଥିପାଇଁ ଶିବଲିଙ୍ଗକୁ ଛୁଇଁବାର ଅଧିକାର କେବଳ ପୁରୁଷଙ୍କ ପାଖରେ ରହିଛି । ଖାସ୍ କରି କୁଆଁରୀ କନ୍ୟାଙ୍କୁ ଲିଙ୍ଗଙ୍କୁ ଛୁଇଁବାରେ ଏକଦମ୍ ବାରଣ ରହିଛି । କଠୋର ଏବଂ ପବିତ୍ର ତପସ୍ୟାରେ ଲୀନ ହୋଇଥାନ୍ତି ଭଗବାନ ଶିବ ।
ମାନ୍ୟତା ଅନୁଯାୟୀ ଶିବଲିଙ୍ଗ କେବଳ କଲ୍ୟାଣ, ସୁଖ-ଶାନ୍ତି, ସମୃଦ୍ଧି ପାଇଁ ନୁହେଁ ବରଂ ଏହା ସମ୍ପତି ଏବଂ ବଂଶ ବୃଦ୍ଧିର ପ୍ରତିକ ।
ଝିଅମାନେ ବିଲକୁଲ୍ ଶିବଲିଙ୍ଗ ଛୁଇଁବା ଉଚିତ୍ ନୁହେଁ: ଯଦି ଏହି ନିୟମକୁ କୌଣସି ନାରୀ ଭଙ୍ଗ କରିଥାନ୍ତି ତେବେ ଭଗବାନଙ୍କ ଅସୀମ କ୍ରୋଧ ର ଜ୍ୱାଳାମୁଖୀ ଫାଟିଯାଏ ଏବଂ ଯିଏ ତାଙ୍କ ତପସ୍ୟା ଭଙ୍ଗ କରିଥାଏ ତାଙ୍କୁ ସଜା ଭୋଗିବାକୁ ପଡେ । ସେବେଠାରୁ ଏହି ରୀତି ନୀତି ପ୍ରଚଳିତ ହୋଇ ଆସୁଛି କି , କୌଣସି ମହିଳା ଏବଂ କୁଆଁରୀ କନ୍ୟା ଶିବଲିଙ୍ଗକୁ ଛୁଇଁ ପାରିବେ ନାହିଁ । ଭଗବାନ ଶିବଙ୍କୁ ପୂଜା କରିପାରିବେ କୁଆଁରୀ କନ୍ୟା, କିନ୍ତୁ ଛୁଇଁ ପାରିବେ ନାହିଁ । ସବୁଠାରୁ ବଡ କଥା ହେଉଛି ସେମାନେ ଭଗବାନ ଶିବଙ୍କୁ ଏକୁଟିଆ ପୂଜିବା କଥା ନୁହେଁ, ମା’ ପାର୍ବତୀଙ୍କ ସହ ପୂଜିବା କଥା । କାରଣ ଶାସ୍ତ୍ର ଅନୁଯାୟୀ ଶିବ-ପାର୍ବତୀଙ୍କୁ ଏକାଠି ପୂଜା କରିବା ଅନୁମତି ଝିଅମାନଙ୍କ ପାଖରେ ରହିଛି ।
ଏହାସହିତ ନିଜ ମନ ପସନ୍ଦର ବର ପାଇବା ପାଇଁ ୧୬ ସୋମବାର ବ୍ରତ ଝିଅମାନେ ରଖିଥାନ୍ତି । ଏହାର କାରଣ ହେଉଛି ଭଗବାନ ଶିବଙ୍କୁ ସବୁଠାରୁ ଉତ୍ତମ ପତି ବୋଲି କୁହାଯାଇଥାଏ ଏବଂ ଝିଅମାନେ ନିଜ ପାଇଁ ଭଗବାନ ଶିବଙ୍କ ଭଳି ଏକ ବର ପାଇଁ ପ୍ରାର୍ଥନା କରିଥାନ୍ତି ।