ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ସମୟରେ ପୂଜାରେ ବସିଥିବା ନଡିଆ ଖରାପ ବାହାରି ଥାଏ । ଏହାପରେ ସେହି ନଡିଆକୁ ଲୋକେ ଫିଙ୍ଗି ଦେବା ସହ ମନରେ ଡର ଥାଏ କି ଏହା କୌଣସି ଅଶୁଭ ସଂକେତ ନୁହେଁ ତ । ଏହାସହିତ ମୁଣ୍ଡରେ ଅନେକ ନକରାତ୍ମକ କଥା ଘୁରି ବୁଲୁଥାଏ । ସେଥିପାଇଁ ଆଜି ଆମେ କହିବାକୁ ଯାଉଛୁ କି ପୂଜାରେ ଲାଗି କରାଯାଇଥିବା ନଡିଆ ଯଦି ଖରାପ ବାହାରୁଛି, ତେବେ ଏହା ଅଶୁଭ ସଂକେତ ନୁହେଁ । ଏହା ପଛରେ ଅନେକ କାରଣ ରହିଛି ।
ନଡିଆକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ତାଙ୍କ ପୂଜାରେ ନଡିଆ ରହିବା ନିହାତି ଜରୁରୀ । ପୂଜାରେ ଚଢାଯାଇଥିବେ ନଡିଆ ଯଦି ଖରାପ ବାହାରୁଛି ତେବେ ଏହାର ଅର୍ଥ ଅଶୁଭ ନୁହେଁ । ବରଂ ଖରାପ ନଡିଆ ଶୁଭ ହୋଇଥାଏ ।
ବିଶ୍ୱାସ ରହିଛି କି ନଡିଆ ଭାଙ୍ଗିବା ସମୟରେ ଯଦି ଖରାପ ବାହାରୁଛି ତେବେ ଏହାର ଅର୍ଥ ଭଗବାନ ପ୍ରସାଦ ଗ୍ରହଣ କରି ନେଇଛନ୍ତି । ଏହାସହିତ ଏହା ମନସ୍କାମନା ପୂରଣ ହେବାର ବି ସଂକେତ । ଏହି ସମୟରେ ଆପଣ ଭଗବାନଙ୍କ ସାମ୍ନାରେ ଯାହା ବି ମନସ୍କାମନା କରିବେ ତାହା ନିଶ୍ଚିତ ରୂପେ ପୂରଣ ହେବ । ସେହିପରି ନଡିଆ ଭାଙ୍ଗିଲା ପରେ ଯଦି ନଡିଆ ବିଲୁକୁଲ୍ ଠିକ୍ ଅଛି ତେବେ ତାକୁ ସମସ୍ତ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଏଭଳି କରିବା ଶୁଭ ହୋଇଥାଏ ।