(ଏଟିଆର ବୁରୋ): ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ବିଧି ଅନୁଯାୟୀ ମା’ ଦୁର୍ଗଙ୍କର ୯ଟି ସ୍ୱରୂପ ୯ ଦିନ ଯାକ ପୂଜା ପାଇଥାନ୍ତି । ସେହି ଅନୁଯାୟୀ ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ପୂଜା କରିବାର ବିଧି ରହିଛି ।
ମା’ ବ୍ରହ୍ମଚାରିଣୀଙ୍କ କୃପାରୁ ମନୁଷ୍ୟ ନିଜର ଆନ୍ତରିକ ଶାନ୍ତି ପାଇଥାଏ । ଶାସ୍ତ୍ରରେ ମା’ ବ୍ରହ୍ମଚାରିଣୀଙ୍କୁ ମା’ ଦୁର୍ଗାଙ୍କ ବିଶେଷ ସ୍ୱରୂପ ବୋଲି କୁହାଯାଇଛି। ମା’ଙ୍କ ଆରାଧନାରେ ତପ, ଶକ୍ତି, ତ୍ୟାଗ, ସଦାଚାର, ସଂଯମ ଓ ବୈଭବ ବୃଦ୍ଧି ହୋଇଥାଏ ଓ ଶତ୍ରୁଙ୍କୁ ପରାଜିତ କରି ମା’ ବିଜୟ ପ୍ରଦାନ କରିଥାନ୍ତି। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ।
ବ୍ରହ୍ମଚାରିଣୀଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ନବରାତ୍ରୀର ଦ୍ୱିତୀୟ ଦିନରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ । ହଳଦିଆ ବସ୍ତ୍ର ଧାରଣ କରି ମା’ଙ୍କ ପୂଜା କରନ୍ତୁ । କେବଳ ଏତିକି ନୁହେଁ ହଳଦିଆ ରଙ୍ଗ ଭୋଗ ମା’ଙ୍କୁ ଲଗାନ୍ତୁ । ଏଭଳି କରିବା ଦ୍ୱାରା ମା’ ପ୍ରନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।