ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେଉଁ ବ୍ୟକ୍ତି ଭଗବାନ ହନୁମାନଙ୍କୁ ଭକ୍ତି ମନରେ ପୂଜାର୍ଚ୍ଚନା କରିଥାନ୍ତି,ସେ କଦାପି କୌଣସି ଅସୁବିଧାର ସମ୍ନା କରନ୍ତି ନାହିଁ । ପ୍ରକୃତରେ ହନୁମାନ ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କର ଭକ୍ତ ଅଟନ୍ତି ଏବଂ ତାଙ୍କ ଭକ୍ତିରେ ଶ୍ରୀରାମ ପ୍ରସନ୍ନ ହୋଇ ତାଙ୍କୁ ଆର୍ଶିବାଦ ଦେଇଛନ୍ତି କି, ଯିଏ ବି ହନୁମାନଙ୍କୁ ଭକ୍ତିର ସହ ପୂଜା କରିବ ଭଗବାନ ହନୁମାନ ତାଙ୍କର ମନସ୍କାମନା ପୂରଣ କରିବେ ।
ସେଥିପାଇଁ ଯେତେବେଳେ କୌଣସି ବ୍ୟକ୍ତି ଅସୁବିଧାରେ ପଡିଥାନ୍ତି ସେତେବେଳେ ପ୍ରଥମେ ହନୁମାନଙ୍କ ନାମ ଉଚ୍ଚାରଣ କରିଥାନ୍ତି । ହନୁମାନଙ୍କ ପୂଜା କରିବା ବହୁତ କଠିନ । ଯଦି ତାଙ୍କ ପୂଜାରେ କୌଣସି ଭୁଲ୍ ହୋଇଯାଏ, ତେବେ ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଭଗବାନ ହନୁମାନଙ୍କ ପୂଜାର କିଛି ବିଧି ବିଷୟରେ କହିବାକୁ ଯାଉଛି, ଯାହାକୁ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ଉପରେ ହନୁମାନ ପ୍ରସନ୍ନ ହୋଇପାରିବେ ।
ଯଦି ଆପଣ କୌଣସି ଦୁଃଖରେ ଅଛନ୍ତି ତେବେ ସେଥିପାଇଁ ମଙ୍ଗଳବାର ଦିନ ରାତିରେ ହନୁମାନଙ୍କ ସାମ୍ନାରେ ମାଟି ପାତ୍ରରେ ତେଲ ଢାଳି ଦୀପ ଜଳାନ୍ତୁ ।
ଆପଣ ପ୍ରତ୍ୟେକ ମଙ୍ଗଳବାର ଭଗବାନ ହନୁମାନଙ୍କ ପୂଜା କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ବହୁତ ଶୀଘ୍ର ଶୁଭ ଫଳ ପ୍ରାପ୍ତ ହେବ । ଏହାସହିତ ଆପଣ ଶ୍ରୀରାମ ସ୍ତୁତି ଜପ କରିବା ସହ ଆଳତୀ କରନ୍ତୁ ।