ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ନବରାତ୍ରୀର ଷଷ୍ଠୀ ପୂଜା । ମା’ ଦୁର୍ଗା କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସେଥିଲାଗି ବିଭିନ୍ନ ଦେବୀ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି ।
ରାକ୍ଷସଙ୍କୁ ବଧ କରିବା ଲାଗି ଦେବୀ ମହର୍ଷି କତ୍ୟଙ୍କ ଝିଅ ଭାବେ ଜନ୍ମ ନେଇଥିବାରୁ ତାଙ୍କୁ କାତ୍ୟାୟନୀ ବୋଲି କୁହାଯାଉଛି । ପଦ୍ମଫୁଲ, ଖଡ୍ଗ ଏବଂ ସ୍ୱର୍ଣ୍ଣ ଆଭୁଷଣରେ ଶୁସଜିତ ଚର୍ତୁଭୂଜା ଦେବୀ ସିଂହ ଉପରେ ବସି ବିରାଜମାନ କରିଥାନ୍ତି । ମା’ଙ୍କ ଏହି କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
ମା’ଙ୍କୁ ପୂଜା କରିବାର ବିଧି: ଘରର ଉତ୍ତର କୋଣରେ ଏକ ହଳଦିଆ ରଙ୍ଗର କପଡା ବିଛାଇ ସେଥିରେ ନବଦୁର୍ଗା ଦେବୀ ସହିତ କାତ୍ୟାୟନୀଙ୍କ ଫଟୋ ରଖି ବିଧିବଧ ଭାବେ ପୂଜା କରନ୍ତୁ । ହଳଦୀ ମିଶ୍ରିତ ଘିଅ ଦୀପ ଜଳାନ୍ତୁ । ଏହାସହିତ ହଳଦିଆ ଚନ୍ଦନ, ହଳଦିଆ ଫୁଲ ଏବଂ ବେସନ ହାଲୱା ଚଢାନ୍ତୁ । ଭୋଗ କରି ସାରିବା ପରେ ସେହି ପ୍ରସାଦକୁ କୌଣସି କନ୍ୟାକୁ ବାଣ୍ଟି ଦିଅନ୍ତୁ ।