ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ପଶ୍ଚିମା ଝଡ । ଏହା ପ୍ରଭାବରେ ସାରା ରାଜ୍ୟରେ ରହିବ ଝଡ ବର୍ଷାର ପ୍ରକୋପ । ଆସନ୍ତା ୩୧ ତାରିଖ ଯାଏଁ ଲାଗି ରହିବ ବର୍ଷା । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ।
ମଙ୍ଗଳବାର ରାଜ୍ୟର କିଛି ଜିଲ୍ଲାରେ ବର୍ଷା ବେଳେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହିତ ବିଜୁଳି ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି ।