୨୦୦୮ ନଭେମ୍ବର ୨୬ ତାରିଖ । ସାରା ଦେଶ ପାଇଁ ଥିଲା ଅଶୁଭ ଦିନ । ଏହି ଦିନରେ ସ୍ୱପ୍ନର ସହର କୁହାଯାଉଥିବା ମୁମ୍ବାଇ ସହରର ପାଇଁ କାଳର ଦିନ । କାରଣ ଏହି ଦିନ ମୁମ୍ବାଇ ସହର ଭିତରକୁ ପଶି ଆସି ଥିଲେ ପାକିସ୍ଥାନର ୧୦ ଜଣ ଆତଙ୍କବାଦୀ । ସେମାନେ ଭାରତକୁ ଆସିବର ମୂଳ ଲକ୍ଷ ଥିଲା ଆତଙ୍କ ଖେଳାଇବା । ୨୬ ତାରିଖରୁ ଆରମ୍ଭ କରି ଦୀର୍ଘ ଚାରି ଦିନ ପର୍ଯ୍ୟନ୍ତ ଏହି ଆତଙ୍କବାଦୀ ମାନେ ମୁମ୍ବାଇ ସହରରେ ଅତଙ୍କ ଖେଳାଇ ଦେଇଥିଲେ । ବିଭିନ୍ନ ଜାଗାରେ ଗୁଳି ବର୍ଷା କରିବା ସହ ବୋମା ବିସ୍ପୋରଣ କରିଥିଲେ । ସାରା ସହରର ଏହି ୪ଦିନ ଭୟଭିତ ହୋଇ ରହିଥିଲା ।
ମୁମ୍ବାଇ ସହରରେ ଥିବା ଛତ୍ରପତି ଶିବାଜୀ ର୍ଟମିନାଲ, ୱବରାଇ ଓ ତାଜ ହୋଟେଲ, କାମା ହସ୍ପିଟାଲ, ନାରିମାନ ହାଉସ, ମୋଟ୍ର ସିନେମା, ଯାଭିୟର କଲେଜ, ଲିଓପେଡ କାଫେ ଭଳି ଜଗା ମାନଙ୍କ ରେ ନିରିହ ଲୋକ ମାନଙ୍କ ଉପରେ ଗୁଳି ବର୍ଷା କରିବା ସହ ଲୋକ ମାନଙ୍କୁ ବନ୍ଧକ ରଖିଥିଲେ । ଏଥିରେ ୧୭୪ ଜଣ ମୃତୁ ବରଣ କରିଥିବା ବେଳେ ୩୦୦ରୁ ଅଧିକ ଜଣ ଆହତ ହୋଇଥିଲେ । ଯାହାକୁ ଆଜି ୧୧ବର୍ଷ ପୂରଣ ହୋଇଛି । ୧୧ ବର୍ଷ ପୁରିଥିଲେ ମଧ୍ୟ ଆଜିବି ସେହି ଦିନ କଥା ଭାବିବେଳକୁ ଛାତିଥରି ଉଠୁଛି । ବୋମା ମାଡ ଓ ଗୁଳି ବର୍ଷାରେ ନଷ୍ଟ ହୋଇଯାଇଥିବା ହୋଟେଲ ଓ ବିଭିନ୍ନ ଜାଗା ସଜାଡି ହୋଇଥିଲେ ମଧ୍ୟ ଦେଶ ପାଇଁ ଶହିଦ ହୋଇଥିବା ପୋଲିସ ମାନଙ୍କୁ ଆଜିବି ତାଙ୍କ ପରିବାର ଲୋକ ଝୁରୁଛନ୍ତି ।
ଏହି ଘଟଣା ଘଟାଇଥିବା ୧୦ଜଣଙ୍କ ମଧ୍ୟରୁ ୯ଜଣ ଆତଙ୍କବାଦୀ ପୋଲିସି ଗୁଳିରେ ମୃତୁବରଣ କରିଥିଲା ବେଳେ କାସାବ ନାମକ ଜଣେ ଆତଙ୍କବାଦୀକୁ ପୋଲିସ ଧରିବାରେ ସଫଳ ହୋଇଥିଲା । ପରେ କାସାବକୁ ଫାଶୀ ଦଣ୍ଡ ଦିଆଯାଇଥିଲା ।