ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ମନ୍ଦିରରେ ଭଗବାନଙ୍କୁ ପୁରୁଷ ବ୍ରାହ୍ମଣ ପୂଜାର୍ଚ୍ଚନା କରିଥାନ୍ତି । ମାତ୍ର କିଛି ସ୍ଥାନରେ ମହିଳା ପୂଜକ ମଧ୍ୟ ପୂଜା କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଆପଣମାନେ କେବେ କୌଣସି ମନ୍ଦିରରେ ଭଗବାନଙ୍କ ପୂଜାରୀ ଭାବେ ରୋବର୍ଟ ପୂଜା କରୁଥିବାର ଦେଖିଛନ୍ତି କି? ଆଜ୍ଞା ହଁ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଜାପାନର ୪୦୦ ବର୍ଷ ପୁରୁଣା ବୌଦ୍ଧ ମନ୍ଦିରରେ ଦେଖିବାକୁ ମିଳିଛି । ଏହି ମନ୍ଦିରରେ ରୋବର୍ଟ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଛି ।
ଏହି ବହୁ ପୁରାତନ ମନ୍ଦିରରେ ପୂଜାରୀ ଭାବେ ନିଯୁକ୍ତି ହୋଇଥିବା ରୋବର୍ଟର ନାଁ ରହିଛି ଏଣ୍ଡ୍ରାୟଡ କ୍ୟାନନ । ମନ୍ଦିରରେ ଏହି ରୋବର୍ଟ ପୂଜାରୀ ଜଣକ ହାତ ଯୋଡି ପ୍ରାର୍ଥନା କରିବା ସହ ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ଦୟା ଏବଂ କରୁଣାର ପାଠ ଶିଖାଇ ଥାଏ । ସେହିପରି ଅନ୍ୟ ପୂଜାରୀମାନେ ଏଠାରେ ଅନ୍ୟ କାମରେ ରୋବର୍ଟକୁ ସାହାଯ୍ୟ କରିଥାନ୍ତି ।
ଏହି ରୋବର୍ଟ ପୂଜାରୀକୁ ନେଇ ଅନ୍ୟ ଜଣେ ପୂଜାରୀ ଟେନ୍ସୋ ଗୋଟା କହିଛନ୍ତି କି, ‘ଏହି ରୋବର୍ଟ କଦାପି ମରିବ ନାହିଁ, ସମୟର ତାଳେ ତାଳେ ସେ ନିଜକୁ ବିକସିତ କରିଚାଲିବ । ଏହା ହେଉଛି ଏହି ରୋବର୍ଟର ବିଶେଷତ୍ୱ । ରୋବର୍ଟର ଠାରୁ ଆଶା କରାଯାଉଛି କି ପରିବର୍ତ୍ତିତ ବୌଦ୍ଧଧର୍ମ ଅନୁସାରେ ଏହା ନିଜର ଜ୍ଞାନକୁ ବୃଦ୍ଧି କରାଇବ । ଯାହାଫଳରେ ରୋବର୍ଟ ଠାରୁ ଲୋକଙ୍କୁ ସାହାଯ୍ୟ ମିଳିବ ।
ମନ୍ଦିରରେ ଥିବା ଏହି ରୋବର୍ଟର ଉଚ୍ଚତା ପାଖାପାଖି ଛଅ ଫୁଟ୍ । ଏହାର ହାତ ,କାନ୍ଧ ତ୍ୱଚା ବିଲକୁଲ୍ ମଣିଷ ଭଳି ସିଲିକନ୍ ରେ ତିଆରି ହୋଇଛି । ଏହି ରୋବର୍ଟକୁ ତିଆରି କରିବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।