ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ନବୀନ ଲହରୀ ଚାଲିଥିବା ବେଳେ ଦଳର ବହୁ ହେବିୱେଟ ନେତାଙ୍କ ପରାଜୟ ହୋଇଛି । ଦଳ ରାଜ୍ୟରେ ୧୧୨ଟି ବିଧାନସଭା ଆସନରେ ବିଜୟ ହୋଇ ସରକାର ଗଢ଼ିବା ପାଇଁ ଯାଉଛି । କିନ୍ତୁ ଦଳର ବହୁ ହେବିୱେଟ ନେତାଙ୍କ ପରାଜୟ ବିଜେଡି ପାଇଁ ଦୁଃଖର ବିଷୟ ପାଲଟି ଯାଇଛି । ତେବେ ଆସନ୍ତୁ ଜାଣିବା କେଉଁସବୁ ହେବିୱେଟ କେଉଁ ଆସନରୁ ପରାସ୍ତ ହୋଇଛନ୍ତି ।
ଦେବାଶିଷ ସାମନ୍ତରାୟ-କଟକ ବାରବାଟୀ ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କଠାରୁ ପରାସ୍ତ ହୋଇଛନ୍ତି । ୨୦୧୪ ନିର୍ବାଚନରେ ଏଠାରେ ଦେବାଶିଷ ବିଜୟ ହୋଇଥିଲେ । ଏଣୁ ଏଥରକ ତାଙ୍କ ବିଜୟ ଏକ ପ୍ରକାର ନିଶ୍ଚିନ୍ତ ଥିଲା ।
ସଂଜୟ ଦାଶବର୍ମା-ପୁରୀ ଜିଲ୍ଲା ବ୍ରହ୍ମଗିରି ଆସନରେ ବିଜେପି ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ପରାଜୟ ହୋଇଛନ୍ତି । ୨୦୧୪ରେ ସେ ରାଜ୍ୟ ରାଜନୀତିର ବେଶ ଚର୍ଚ୍ଚିତ ଚେହେରା ଲୁଲୁ ମହାପାତ୍ରଙ୍କୁ ପରାଜୟ କରିଥିଲେ । କିନ୍ତୁ ଏଥରକ ତାଙ୍କ ସାନଭାଇଙ୍କଠାରୁ ହାରିଛନ୍ତି ସଂଜୟ ।
ରବିନ୍ଦ୍ର ଜେନା-ବାଲେଶ୍ୱର ଲୋକସଭା ଆସନରେ ପ୍ରତାପ ଷଢ଼ଙ୍ଗୀଙ୍କଠାରୁ ପରାଜୟ ହୋଇଛନ୍ତି । ୨୦୧୪ରେ ସେ ଏଠାରେ ବିଜୟ ହୋଇଥିଲେ । କିନ୍ତୁ ଏଥରକ ମୋଦି ଲହର ଆଗରେ ହାର ମାନିବାକୁ ପଡିଛି ।
ରାସେସ୍ୱଣୀ ପାଣିଗ୍ରାହୀ-ସମ୍ବଲପୁରର ସବୁଠାରୁ ଲୋକପ୍ରିୟ ନେତ୍ରୀ । ସେ ବିଜପେିର ଜୟନାରାୟଣ ମିଶ୍ରଙ୍କଠାରୁ ପରାଜୟ ହୋଇଛନ୍ତି ।
ରବି ନନ୍ଦ-କୋରାପୁଟ ବିଧାନସଭା ଆସନରେ ସେ ତାଙ୍କର ନିକଟତମ କଂଗ୍ରେସର ପ୍ରତିଦ୍ୱନ୍ଦୀ ତାରାବାହିନୀ ପତିଙ୍କଠାରୁ ହାରିଛନ୍ତି ।
ମହେଶ୍ୱର ମହାନ୍ତି-ପୁରୀ ବିଧାନସଭା ଆସନରେ ବିଜେପିର ଜୟନ୍ତ ଷଢ଼ଙ୍ଗୀଙ୍କଠାରୁ ହାରିଛନ୍ତି ।