ସାଧାରଣ ଗୋଟେ ବିବାହ କଥା କହିବାକୁ ଗଲେ ଆପଣମାନେ ଜାଣିଥିବେ ଯେ ,ପୁଅଟି ବର ଯାତ୍ରୀ ଧରି କନ୍ୟା ଘରକୁ ବିବାହ କରିବାକୁ ଯାଇଥାନ୍ତି । ଏବଂ କନ୍ୟା ଜଣଙ୍କ ସଜବାଜ ହୋଇ ବରଙ୍କ ଅପେକ୍ଷାରେ ରହିଥାନ୍ତି । କିନ୍ତୁ ଏବେ ଝିଅମାନେ ବି ରୋଶଣି ନେଇ ବିବାହ କରିବାକୁ ବାହାରୁଥିବାର କେତେକାଂଶରେ ଦେଖିବାକୁ ମିଳୁଛି । ମାତ୍ର ଏକ କନ୍ୟା ନିଜେ ବସ ଚଲାଇ ବରକୁ ଆଣିବା ଘଟଣାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ଆଜ୍ଞା ହଁ ଭାରତର ପଡୋଶୀ ଦେଶ ଚୀନରେ ଏଭଳି ଏକ ଅଜବ ବିବାହ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହର ସବୁଠାରୁ ମୁଖ୍ୟ କଥା ହେଲା କନ୍ୟା ନିଜେ ବସ ଚଲାଇ ବିବାହ ମଣ୍ଡପରେ ପହଁଞ୍ଚିଥିଲେ । ତାପରେ ବରଙ୍କୁ ନେଇ ଫୁର ହୋଇ ଯାଇଥିଲେ ।
ଚୀନର ଏକ ମିଡିଆ ‘ପିପଲ୍ସ ଡେଲୀ ଚାଇନା’ ପକ୍ଷରୁ ଏହି ବିବାହରର ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ କନ୍ୟା ଜଣଙ୍କ ବିବାହ ଯୋଡା ପିନ୍ଧି ବସ ଚଲାଇ ତାଙ୍କ ଭାବି ବରଙ୍କୁ ଆଣିବାକୁ ଯାଉଥିବାର ନଜର ଆସିଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ , ଏହି ମହିଳା ଜଣଙ୍କ ଏକ ବସ ଡ୍ରାଇଭର ଅଟନ୍ତି । ସେ ତାଙ୍କ ବିବାହରରେ ଅନ୍ୟ କୌଣସି ଫ୍ୟାନ୍ସି କାରରେ ଯିବା ବଦଳରେ ନିଜ ବସରେ ଯିବେ ବୋଲି ବାଛି ଥିଲେ ।
ଏହାକୁ ନେଇ ମହିଳା ଜଣଙ୍କ କହିଥିଲେ ଯେ,ଆଜିକାଲି ଲୋକମାନେ ପ୍ରଦୂଷଣ ମୁକ୍ତ ଯାତ୍ରା କରିବାକୁ ଚାହୁଁଛନ୍ତି । କାର ଅପେକ୍ଷା ବସ୍ ରେ କମ୍ ପ୍ରଦୂଷଣ ହୋଇଥାଏ ।ସେଥିପାଇଁ ମୁଁ ବିବାହ ପାଇଁ କାର ବଦଳରେ ବସ୍ ବାଛିଥିଲି ।
From pop culture themes to nostalgia-filled affairs, here is another offbeat wedding idea. A bride who works as a bus driver sends herself to the wedding hall in her own bus! pic.twitter.com/Mwy6yMMZPB
— People's Daily,China (@PDChina) May 29, 2018