ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ବାହାରକୁ ଯାତ୍ର କଲା ବେଳେ ଦେଖିଥିବେ ଯେ ରାସ୍ତା କଡରେ ଥିବା ଗଛ ଗୁଡିକରେ ଧଳା ରଙ୍ଗ ଦିଆ ଯାଇଥାଏ । କିନ୍ତୁ ଏହି ଧଳା ରଙ୍ଗ କାହିଁକି ଦିଆଯାଇଥାଏ । ଏହାର କାରଣ ହୁଏତ କେହି ଜାଣିନଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ ।
ଗଛକୁ ରଙ୍ଗ କରିବା ଦ୍ୱାରା ଗଛର ଆୟୁ ବଢିଥାଏ । ଏହା ସହିତ ଗଛର ସୁରକ୍ଷା ନିହାତି ଜରୁରୀ । ଏବଂ ବନ ବିଭାଗ ନଜରରେ ଏହି ଗଛ ଗୁଡିକ ଅଛି ବୋଲି ସଂକେତ ଦେଇଥାଏ ।
ହୁଏତ କିଛି ରାଜ୍ୟରେ ଗଛ ଗୁଡିକରେ ଧଳା ରଙ୍ଗ ଦିଆ ଯାଇଥାଏ, କିନ୍ତୁ ଅନ୍ୟ କିଛି ରାଜ୍ୟ ଅଛି ଯେଉଁଠି ଗଛ ଗୁଡିକରେ ଲାଲ ଏବଂ ନୀଳ ରଙ୍ଗର ବ୍ୟବହାର କରାଯାଇଥାଏ । ଏହିଭଳି ଭାବେ ବନ ବିଭାଗ ଗଛକୁ ସୁରକ୍ଷା ଦେବା ଲାଗି ରଙ୍ଗ କରିଥାନ୍ତି ।