ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବ୍ରହ୍ମପୁରରୁ ଭଦ୍ରକ ରୁଟ୍ ଦେଇ କଟକ ପର୍ଯ୍ୟନ୍ତ ଏକ ନୂତନ ରେଳ ସେବା ଆରମ୍ଭ ହୋଇଛି । ଯାହାର ନାମ ରହିଛି ମେମୁ (Mainline Electric Multiple unit) ଟ୍ରେନ । ଫାଷ୍ଟ ପାସେଞ୍ଜର ଟ୍ରେନ ବଦଳରେ ଏହି ମେମୁ ଟ୍ରେନ ସେବା ଆରମ୍ଭ ହୋଇଛି । ଏହି ଟ୍ରେନର ସ୍ୱତନ୍ତ୍ରତା ହେଲା ଏହାର ଆଗ ଏବଂ ପଛ ଦୁଇ ପାଶ୍ୱର୍ରେ ଇଞ୍ଜିନ୍ ଲାଗିଛି । ଏଥିରେ ଆଉ ଇଞ୍ଜିନ୍ ବଦଳେଇବାକୁ ପଡିବ ନାହିଁ । ଏହା ଏକ୍ରପ୍ରେସ ଭଳି ଦୃତ ଗତିରେ ଗଡିବ ।
ଏହି ସ୍ୱତନ୍ତ୍ର ଟ୍ରେନ ସପ୍ତାହରେ ୬ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁରରୁ କଟକ ଚଳାଚଳ କରିବ । ଏହି ଟ୍ରେନ ଶନିବାର ଦିନ ବ୍ରହ୍ମପୁରରୁ ଖୋର୍ଧା ଏବଂ ରବିବାର ଦିନ ଖୋର୍ଧା ରୁ ବ୍ରହ୍ମପୁରକୁ ଗଡିିବ । ଏହି ଟ୍ରେନରେ ୧୨ଟି କୋଚର ସୁବିଧା ରହିଛି । ଏଥିରେ ପ୍ରାୟତଃ ୧୩୨୦ ପାସେଞ୍ଜରର ଯାଇପାରିବେ । ଟ୍ରେନରେ ଯାତାୟତ କଲାବେଳେ ପ୍ରବଳ ଭିଡ ହେଉଥିବାର ଲକ୍ଷ ରଖି ପୂର୍ବତଟ ରେଳ ବିଭାଗ ପକ୍ଷରୁ ଏହି ନୂତନ ସେବାର ଆରମ୍ଭ କରାଯାଇଛି ।