ଭୁବନେଶ୍ୱର(ଏଟିଆର ବ୍ୟୁରୋ): କଥାରେ ଅଛି ଓଲ୍ଡ ଇଜ ଗୋଲ୍ଡ, ଅର୍ଥାତ ପୁରୁଣା ଜିନିଷ ଯେତେ ପୁରୁଣା ହୁଏ ତାହା ସେତେ ନୂଆ ନୂଆ ଲାଗେ । ସିଧା କଥାରେ କହିବାକୁ ଗଲେ ସ୍ମୃତି ଯେତେ ବାସି ହୁଏ ସେତେ ବାସେ । ଆଉ ଯାହାକୁ ଭଲ ଭାବରେ ବୁଝିଛନ୍ତି ପୁରୁଣା ଭୁବନେଶ୍ୱରର ସଞ୍ଜିବ ମାନ । ସଞ୍ଜିବଙ୍କ ଏହି ଅଭ୍ୟାସ ପିଲାଟି ଦିନରୁ ରହି ଆସିଛି । ଛୋଟ ବେଳୁ ପୁରୁଣା ଜିନିଷକୁ ଖୋଜି ଆଣି ସାଇତି ରଖିବା ତାଙ୍କର ବି ଗୋଟେ ପୁରୁଣା ଅଭ୍ୟାସ । ୧୯୫୨ ମସିହାରୁ ଆରମ୍ଭ କରି ଏପର୍ଯ୍ୟନ୍ତର ବିଭିନ୍ନ ଭେରାଇଟିର ରେଡିଓ ତାଙ୍କ ପାଖରେ ରହିଛି ।୧୯୧୮ ର ଗ୍ରାମ ଫୋନ । ୧୯୭୩ ର ରେକର୍ଡ ଫୋନକୁ ବି ସେ ଏବେ ସାଇତି ରଖିଛନ୍ତି ।
ସବୁଠାରୁ ବଡକଥା ହେଉଛି ସଞ୍ଜିବଙ୍କ ପାଖରେ ଏବେ ବି ସାଇତା ହୋଇ ରହିଛି ପ୍ରଥମ ଓଡିଆ ଚଳଚ୍ଚିତ୍ର ସୀତା ବିବାହର ଗ୍ରାମ ଫୋନ କ୍ୟାସେଟ । ଯାହା ଏବେ ଆମ ମାନଙ୍କ ପାଇଁ ଇତିହାସରେ ପାଠ । ଖାଲି ଗ୍ରାମ ଫୋନ କି ରେଡିଓ ତା ନୁହେଁ ସେ ବିଭିନ୍ନ ପ୍ରକାରର ପୁରୁଣା ଟେଲିଫୋନ, ପୁରୁଣା ଟିଭି, ପୁରୁଣା ଗାଡିକୁ ମଧ୍ୟ ନୂଆ ଲୁକ ଦେଇ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ମଧ୍ୟ ସଞ୍ଜିବଙ୍କର ଏହି ନିଆରା ନିଶା ଛାଡିନି । ଆଜି ବି ସେ ପୁରୁଣା ଜିନିଷର ସନ୍ଧାନରେ । ଯାହା ତାଙ୍କୁ ଆଜି ଏକ ଭିନ୍ନ ପରିଚୟ ଦେଇଛି । ଆଗାମୀ ଦିନରେ ସେ ଏହି ସବୁ ପୁରୁଣା ଜିନିଷକୁ ନେଇ ଏକ ମ୍ୟୁଜିୟମ କରିବାକୁ ଆସା ରଖିଛନ୍ତି ।