ଭୁବନେଶ୍ୱର (ଏଟିଆର ବ୍ୟୁରୋ); କନ୍ଧମାଳ ଲୋକସଭା ଆସନରେ ମହାଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି । ତିନି ପ୍ରମୁଖ ରାଜନୈତିକ ଦଳର ଏହି ଆସନ ଅକ୍ତିଆର କରିବା ଲକ୍ଷଙ୍କର ରହିଛନ୍ତି । ଏଠାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଶିକ୍ଷାବିତ ଅଚ୍ୟୁତ ସମାନ୍ତ । ଅପରପକ୍ଷରେ ବିରୋଧୀ ବିଜେପି ପକ୍ଷରୁ ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ମନୋଜ ଆଚାଯ୍ୟଙ୍କୁ ଭରଷା କରି ଟିକେଟ ଦେଇଛି । ତେବେ ଚଳିତ ନିର୍ବାଚନ ମଇଦାନକୁ ଓହ୍ଳାଇଥିବା ନେତାମାନେ ସଂସଦୀୟ କ୍ଷେତ୍ର ପାଇଁ ନୂଆ ମୁହଁ । ଏଣୁ ଜନତା କାହାକୁ ଭରଷା କରି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର ।
କିଟ ଏବଂ କିସ ମାଲିକ ହେଉଛନ୍ତି ଅଚ୍ୟୁତ ସାମନ୍ତ । କିଟରେ ମାଗଣାରେ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଉଥିବାରୁ ଅଚ୍ୟୁତଙ୍କୁ ଟିକେଟ ଦେଇଛି ଦଳ । ତେବେ ଅଚ୍ୟୁତଙ୍କ ସମକକ୍ଷ ହେବାରୁ ଦୁଇ ନେତା ଦୁର୍ବଳ ହେବେ ବୋଲି ଚର୍ଚ୍ଚା ହେଉଛି । କାରଣ ବାଲେଶ୍ୱରରୁ ସାଂସଦ ହୋଇଥିବା ଖାରବେଳ କନ୍ଧମାଳରେ ପ୍ରଥମଥର ଲାଗି ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ପାଇଁ ଉପକୂଳ ସାହା ହୋଇନପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଗାଁ ଗାଁରେ ଲୋକଙ୍କ କାଳିଆ ଟଙ୍କା ଆସିନଥିବାରୁ କେତେକ ଲୋକ ବିଜେଡି ଉପରେ ଅସନ୍ତୁଷ୍ଟ ଅଛନ୍ତି । ଅପରପକ୍ଷରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗ ଦେବା ପରେ ସେଠାରେ ବିଜେପିର ଦବଦବା ରହିବ ବୋଲି ଶଉଣିବାକୁ ମିଳୁଛି । ତେବେ ଜନତା କାହାକୁ ଭରଷା କରିବେ ତାହା ସମୟ କହିବ ।