ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଲିଛି ଖଣ୍ଡଗିରି କୁମ୍ଭମେଳା । ଯାତ୍ରା ମହାସମର ପାଇଁ ବେଶ ପରିଚିତ ଏହି ମାଘମେଳା । ତେବେ ଚଳିତ ବର୍ଷ ଏଠାରେ ୧୩ଟି ଯାତ୍ରା ପାର୍ଟି ଭାଗ ନେବେ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ତିନୋଟି ଯାତ୍ରା ପାର୍ଟି ଯାତ୍ରା ଆରମ୍ଭ କରିଥିଲେ । ଏବେ ଆଉ ଦୁଇଟି ପାର୍ଟି ଆସି ଭାଗ ନେଇ ସାରିଲେଣି । ମାତ୍ର ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିବା ସ୍ୱର୍ଣ୍ଣ ମହଲ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ପାର୍ଟି ପକ୍ଷରୁ ‘ଆମ ଗାଁ ଜଗନ୍ନାଥ ତମ ଗାଁ ଆଲ୍ଳା’ ନାଟକ ପରିବେଶଣ କରାଯାଉଛି ।
ଏହି ନାଟକଟି ହିନ୍ଦୁ ଏବଂ ମୁସଲମାନଙ୍କୁ ନେଇ ବର୍ଣ୍ଣିତ । କିନ୍ତୁ ଭାରତ ଦେଶରେ ସମସ୍ତେ ଭାଇ ଭାଇ ଏବଂ ଭାରତ ହେଉଛି ଏକ ସାର୍ବଭୌମ ଦେଶ । କିନ୍ତୁ କେତେକ ଅସାମାଜିକ ଲୋକଙ୍କ ପାଇଁ ଏତେ ସବୁ ଅସୁବିଧା ହେଉଛି । ସ୍ୱାର୍ଥବାଦୀ ଲୋକମାନେ ନିଜ ନିଜର ସ୍ୱାର୍ଥ ପାଇଁ ଧର୍ମକୁ ଟାଣି ଦଙ୍ଗା କରୁଛନ୍ତିି । ଏବଂ ସେମାନଙ୍କ ପାଇଁ ସାଧାରଣ ଜନତା ହଇରାଣ ହୋଇଥାନ୍ତି । ଏଭଳି କିଛି ଦୃଶ୍ୟ ଏହି ନାଟକରେ ପରିବେଶଣ କରାଯାଇଛି । ନାଟକର ନାୟକ ପ୍ରତାପ ରାଉତ ଜଣେ ହିନ୍ଦୁ ଯୁବକ ଭାବରେ ଅଭିନୟ କରିଛନ୍ତି । ତାଙ୍କ ସହ ନାୟିକା ସାଜିଛନ୍ତି କାବେରୀ । ସେ ଜଣେ ମୁସଲମାନ ଝିଅ ।
ପରିସ୍ଥିତିରେ ପଡି ହିନ୍ଦୁ ପୁଅ ମୁସଲମାନ ଝିଅକୁ ବିବାହ କରିଛି ଏବଂ ସମାଜର ସ୍ୱାର୍ଥବାଦୀ ଲୋକମାନେ ଧର୍ମକୁ ଟାଣି ଏମାନଙ୍କୁ ବହୁ ଅସୁବିଧାରେ ପକାଇଛନ୍ତି । ତେବେ ନାଟକର ଏକ ସିନ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ଯେଉଁଥିରେ ହିନ୍ଦୁ ପୁଅକୁ ମୁସଲମାନ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଛି । ଏବଂ ଶେଷରେ ଜଗନ୍ନାଥ ମୁର୍ଦ୍ଦାବାଦ କହିବା ପାଇଁ ବାଧ୍ୟ କରାଯାଇଛି । ମାତ୍ର କୋଟି କୋଟି ଲୋକଙ୍କ ଭଗବାନଙ୍କୁ ମୁର୍ଦ୍ଦାବଦ ନକହି ମୁସଲମାନଙ୍କୁ ମାଡ ମାରିବା ପାଇଁ ଉଠି ପଡିଛି ହିନ୍ଦୁ ଯୁବକ । ଏଭଳି ଭାବରେ ରହିଛି ନାଟକର ବିଶେଷତ୍ୱ । ଆଜି ନାଟକର ଶେଷ ଦତନ । ୧୪ ତାରିଖରୁ ଏହି ନାଟକ ଖଣ୍ଡଗିରି ରାଜ କରିଆସୁଛି । ସେପଟେ ଗୌରୀ ଏବଂ ଧଉଳୀର ମଧ୍ୟ ଆଜି ହେଉଛି ଅନ୍ତିମ ରଜନୀ । ଅନ୍ୟପଟେ ଶୀବାନୀ ଏବଂ ରଙ୍ଗମହଲ ନାଟକ ଜାରି ରଖିବେ । ପରେ କଳିଙ୍ଗ କୋଣାର୍କ ଏବଂ ତୁଳସୀ ଭଳି ବହୁ ନାମୀ ପାର୍ଟି ଭାଗ ନେବେ ।