ରାଜସ୍ଥାନ ( ଏଟିଆର ବ୍ୟୁରୋ): ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ସତରେ ଜଳ ହିଁ ଜୀବନ । କୋଉଠି ଲୋକ ବନ୍ୟାରେ ଭାସି ପ୍ରାଣ ହରାଉଛନ୍ତି ତ ପୁଣି କେଉଁଠି ପାଣି ଟୋପେ ପାଇଁ ମଣିଷ ପାଣି ଟାଙ୍କିରେ ପକାଉଛି ତାଲା । ଏମିତି ଏକ ହୃଦୟ ବିଦାରକ କଥା ଦେଖିବାକୁ ମିଳିଛି ରାଜସ୍ଥାନର ଭିଲୱାଡା ହୁର୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏଠାକୁ ପ୍ରତି ଦଶଦିନରେ ଥରେ ପାଣି ଟାଙ୍କିରେ ପାଣି ଆସିଥାଏ ।
ଟୋପାଏ ପାଣି ପାଇଁ ଏଠାକାର ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହା ଫଳରେ ଏଠାକାର ଲୋକମାନେ ପାଣି ଡବାରେ ତାଲା ପକାଇ ରଖିଥାନ୍ତି । କାରଣ ଏହି ଅଞ୍ଚଳରେ ଲୋକମାନଙ୍କର ସୁନା ରୂପା ଅପେକ୍ଷା ପାଣି ଅଧିକ ଚୋରି ହୋଇଥାଏ । ପାଣି ଚୋରଙ୍କ ଦାଉରୁ ସୁରକ୍ଷା ପାଇବା ପାଇଁ ଏଠାକାର ଲୋକମାନେ ପାଣି ଟାଙ୍କିରେ ତାଲା ପକାଇ ଥାନ୍ତି ।