ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସେମାବାର ବିଜେଡି ଟିକେଟ ଘୋଷଣା କରିଛି । ତେବେ ଟିକେଟ ବଣ୍ଟାକୁ ନେଇ ବିଜେଡିର କେତେକ ଅସନ୍ତୋଷ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ଘୋର ନିନ୍ଦା କରିଥିବା ଦେଖିବାକୁ ମିଳିଥିଲା । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଆସୁଥିବା ଦଳୀୟ କର୍ମୀଙ୍କୁ ଟିକେଟ ମିଳିନାହିଁ । କିନ୍ତୁ ଯେଉଁମାନେ ଦଳରେ ନଥିଲେ ସ୍ୱାର୍ଥ ପାଇଁ କିଛିଦିନ ତଳେ ଦଳରେ ଯୋଗ ଦେଇଛନ୍ତି ଏବଂ ଦେଖିନଥିବା ଅଞ୍ଚଳରେ ସେମାନଙ୍କୁ ଦିଆଯାଇଛି ଟିକେଟ । ଯାହାକୁ ନେଇ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଗତକାଲି କେତେକ ସ୍ଥାନରେ ମଧ୍ୟ ବିଜେଡି ଦଳ କନ୍ଦଳ ପଦାରେ ପଡିଥିଲା । ବିଜେଡି ପୋଷ୍ଟର ପୋଡିବା ସହିତ ସୁପ୍ରିମୋଙ୍କ ନାମରେ ନାରା ବାଜି କରିଥିଲେ ଦଳୀୟ କର୍ମୀ ।
ନିର୍ବାଚନ ପୂର୍ବରୁ ମହିଳାଙ୍କୁ ୩୩% ରିଜରଭେନଓ ଟିକେଟ ଦେବ ବୋଲି ବିଜେଡି ସୁପ୍ରିମୋ ଡେଙ୍ଗୁରା ପିଟି ଆସୁଥିଲେ । ଯଦିଓ ଦଳରେ କିଛି ମହିଳାଙ୍କୁ ଟିକେଟ ଦେଇଛନ୍ତି କିନ୍ତୁ ନବୀନ କେତେକ ସ୍ଥାନରେ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରିପାରନଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଦଳ ପାଇଁ କାର୍ଯ୍ୟ କରିଆସୁଥିବା କନ୍ଧମାଳ ସାଂସଦଙ୍କ ଟିକେଟ କାଟି ସେଠାରେ ଅଚ୍ୟୁତ ସାମନ୍ତଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ନବୀନଙ୍କ ରିଜରଭେସନ କଥା ପଦାରେ ପଡିଛି । ସ୍ୱର୍ଗତ ସାଂସଦ ହେମେନ୍ଦ୍ର ସିଂହଙ୍କ ପରଲୋକ ପରେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ସଂସଦୀୟ କ୍ଷେତ୍ରରେ ବିଜେଡିର ସଂଗଠନ ସୁଦୃଢ଼ କରିବାରେ ଲାଗି ପଡିଥିଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । କିନ୍ତୁ ଦିନେବି ସଂସଦୀୟ କ୍ଷେତ୍ରରେ ମୁହଁ ଦେଖାଇନଥିବା କିଟ ଏବଂ କିସ ମାଲିକ ଅଚ୍ୟୁନ୍ତ ସାମନ୍ତଙ୍କୁ ସେଠାରେ ଟିକେଟ ଦେବା ପରେ ଦେଖାଦେଇଛି ଜନ ଅସନ୍ତୋଷ ।
ଅଚ୍ୟୁତଙ୍କୁ ଟିକେଟ ମିଳିବା ପରେ ସୋମବାର ବିଜେଡିର ଏକ ଗୋଷ୍ଠୀ ନବୀନଙ୍କ ବିରୋଧରେ ନାରା ଦେବା ସହିତ ଅଚ୍ୟୁତ ସାମନ୍ତଙ୍କୁ ହରାଇବା ପାଇଁ ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି । ୭ଜଣ ସାଂସଦଙ୍କୁ ଲୋକସଭା ପଠାଇବେ ବୋଲି ପୂର୍ବରୁ ନବୀନ ଘୋଷଣା କରିଥିଲେ । ଏଣୁ ଏମାନଙ୍କ ମଧ୍ୟରେ ପ୍ରତ୍ୟୁଷା ଅନ୍ୟତମ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କନ୍ଧମାଳ ଆସନରୁ କେବେ ଅଚ୍ୟୁତଙ୍କ ନାମ ଶୁଣିବାକୁ ମିଳିନଥିଲା । ସଂସଦୀୟ କ୍ଷେତ୍ରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି ତାଙ୍କୁ ଚିହ୍ନି ନାହାଁନ୍ତି । ଯାହାକି ଆଗାମି ନିର୍ବାଚନରେ ପ୍ରଭାବ ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ନୟାଗଡର ଟାଣୁଆ କଂଗ୍ରେସ ନେତା ହେମେନ୍ଦ୍ରଙ୍କୁ ଦଳରେ ସମାିଲ କରି ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲା ବିଜେଡି । ତେବେ ତାଙ୍କର ପରଲୋକ ପରେ ପ୍ରତ୍ୟୁଷାଙ୍କୁ ନିର୍ବାଚନ ମଇଦାନକୁ ଆଣି ଅନୁକମ୍ପା ଭୋଟରେ ବିଜେଡି ଜିତିଥିଲା । କିନ୍ତୁ ଏଥରକ ସେ ଅଲୋଡା ହୋଇଛନ୍ତି ଏବଂ ଅଚ୍ୟୁତ ନବୀନଙ୍କ ସୁନାପୁଅ ହୋଇଛନ୍ତି । ଆଦିବାସୀଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ତାଙ୍କୁ ଟିକେଟ ଦିଆଯାଇଥିବା ଚର୍ଚ୍ଚା ହେଉଛି । ପ୍ରତ୍ୟୁୁଷାଙ୍କୁ ନିର୍ବାଚନ ଲଢ଼େଇବା ପାଇଁ ପ୍ରତିଶ୍ରୃତି ଦେଇଥିବା ନବୀନ ଶେଷରେ ଅଚ୍ୟୁତଙ୍କ ପ୍ରେମରେ ପଡି ସବୁ ଭୁଲି ଯାଇଛନ୍ତି ବୋଲି ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।