ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏବେ ମୋବାଇଲ ନେଟୱର୍କ ନଥିଲେ ବି ହୋଇପାରିବ କଲ୍ । ଭାରତରେ ଏମିତି କିଛି ସର୍ଭିସ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ ଗ୍ରାହକମାନେ ମୋବାଇଲରେ ନେଟୱର୍କ ନଥିଲେ ୱାଇ-ଫାଇରେ କଲ୍ କରିପାରିବେ ।
ମିଳିଥିବା ସୁଚନା ଅନୁସାରେ ଏୟାରଟେଲ ଦେଶର ବିଭିନ୍ନ ସ୍ଥାନରେ ‘ଭଏସ ଓଭର ୱାଇ-ଫାଇ’ର ଟେଷ୍ଟିଂ କରୁଛି ।ଯାହାକି ଫୋନରେ ସେଲୁଲାର ନେଟୱର୍କ ନଥିଲେ ବି ଉପଭୋକ୍ତାମାନେ କଲ୍ କରିପାରିବେ । ଏହି ସର୍ଭିସକୁ ଏୟାରଟେଲ ଚଳିତ ମାସରେ ଲଞ୍ଚ କରିବାକୁ ଯାଉଛି ।
ଏୟାରଟେଲର ଏହି ‘ଭଏସ ଓଭର ୱାଇ-ଫାଇ’ ସର୍ଭିସ ହାଇ ଆଣ୍ଡ୍ରୋଏଡ ସ୍ମାର୍ଟ ଫୋନରେ ଉପଲବ୍ଧ ହେବ । ଏଥିପାଇଁ ପ୍ରଥମେ କଲ ସେଟିଙ୍ଗସ୍ ମେନ୍ୟୁକୁ ଯାଇ ୱାଇ-ଫାଇ କଲିଙ୍ଗ ଅପସନ୍କୁ ଅନ କରିବାକୁ ପଡିବ । ଯେତେବେଳେ ସେଲୁଲାର ଅଥବା ମୋବାଇଲ ନେଟୱର୍କ ସ୍ଳୋ ହୋଇଯିବ, ସେତେବେଳେ ଆପେଆପେ ୱାଇ-ଫାଇ କଲିଙ୍ଗ ଆକ୍ଟିଭ ହୋଇଯିବ ।
କିନ୍ତୁ ଏଥିପାଇଁ କୈଣସି ଆକ୍ଟିଭ ୱାଇ-ଫାଇ ନେଟୱର୍କ ଉପଲବ୍ଧ ରହିବା ଜରୁରୀ ।
ଏହି ସର୍ଭିସ ପାଇଁ କୈଣସି ଆଡିସନାଲ ଚାର୍ଜେସ୍ ଲାଗିବ ନାହିଁ କି କୈାଣସି ଆପର ଆବଶ୍ୟକତା ମଧ୍ୟ ପଡିବନି ।